Sunday, February 23, 2025
Home Latest ଉତ୍ତରାଖଣ୍ଡରେ ୟୁସିସି ଲାଗୁ ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ…

ଉତ୍ତରାଖଣ୍ଡରେ ୟୁସିସି ଲାଗୁ ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ…

by
0 comment

ଡେରାଡୁନ୍: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ କରିବାର ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ବିବାହ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ ଏବଂ ଯେଉଁମାନେ ତାହା କରିନାହାଁନ୍ତି ସେମାନେ ସରକାରୀ ଯୋଜନାର ଲାଭ ପାଇବେ ନାହିଁ।

ମୁଖ୍ୟ ଶାସନ ସଚିବ ରାଧା ରାତୁଡି ଏବଂ ୟୁସିସି କମିଟି ସଦସ୍ୟ ଶତ୍ରୁଘ୍ନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ ସଂହିତାର ମାନୁଆଲାଇଜେସନ୍‌ର ଅନ୍ତିମ ପର୍ଯ୍ୟାୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାର କାର୍ଯ୍ୟକାରୀତାର ବିଭିନ୍ନ ଦିଗ ଉପରେ ବିଚାର କରାଯାଇଥିଲା।

ୟୁସିସି ଅଧୀନରେ ସରକାର ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରିବେ ଏବଂ ସରକାରୀ ସେବା ତଥା କଲ୍ୟାଣକାରୀ ଯୋଜନାର ଲାଭ ପାଇବା ପାଇଁ ଏହା ଜରୁରୀ ହେବ। ଏଥିପାଇଁ ସରକାର ଏକ ସମୟ ସୀମା ସ୍ଥିର କରିପାରିବେ। ଯେଉଁମାନେ ଏହି ଅବଧି ପରେ ପଞ୍ଜିକୃତ ହେବେ ନାହିଁ ସେମାନେ ସରକାରୀ ଯୋଜନାର ଲାଭ ପାଇବେ ନାହିଁ।

ଯଦି ଜଣେ ବ୍ୟକ୍ତି ପଞ୍ଜିକୃତ ହୁଅନ୍ତି, ତେବେ ସେ ସମାନ ସୁବିଧା ପାଇବା ଜାରି ରଖିବେ। ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅଧୀନରେ ଏକ ଡାଟା ବେସ୍ ମଧ୍ୟ ସୃଷ୍ଟି ହେବ। ଯେଉଁଥିରେ ପରିବାର ପଞ୍ଜିକରଣ ଭଳି ସୂଚନା ଅନ୍ତର୍ଭୂକ୍ତ ହେବ। ଏହି ଡାଟା ଆପ୍ ମାଧ୍ୟମରେ ସରକାରଙ୍କୁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାରେ ସହାୟତା ମିଳିବ।

ୟୁସିସି ନିୟମ ଅନୁଯାୟୀ, ଯେତେବେଳେ ଏହି ନିୟମ ଲାଗୁ ହେବ, ପୂର୍ବରୁ ବିବାହିତ ଦମ୍ପତିମାନେ ୬ମାସ ମଧ୍ୟରେ ପଞ୍ଜିକରଣ କରିବାକୁ ସମୟ ପାଇବେ। ଏଥି ସହିତ, ଯେଉଁମାନେ ୟୁସିସି କାର୍ଯ୍ୟକାରୀ ହେବାର ତାରିଖ କିମ୍ବା ପରେ ବିବାହ କରିଛନ୍ତି ସେମାନଙ୍କୁ କେବଳ ତିନିମାସ ଦିଆଯିବ। ଯେଉଁମାନେ ଧାର୍ଯ୍ୟ ସମୟ ପରେ ପଞ୍ଜିକୃତ କରିବେ ନାହିଁ ସେମାନେ କୌଣସି ସରକାରୀ କଲ୍ୟାଣ ଯୋଜନାର ଲାଭ ପାଇପାରିବେ ନାହିଁ।

ଅଧିକ ପଢ଼ନ୍ତୁ:୧୭ରେ ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ

କିନ୍ତୁ ପଞ୍ଜିକୃତ ହେବା ପରେ ସେମାନେ ଏହି ସୁବିଧା ପାଇପାରିବେ। ୟୁସିସି ସଦସ୍ୟ ମନୁ ଗୌଡ଼, ସୁରେଖା ଡାଙ୍ଗୱାଲ, ପୋଲିସ ମହାନିର୍ଦ୍ଦେଶକ ଅଭିନଭ କୁମାର, ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଅମିତ ସିହ୍ନା, ମୁଖ୍ୟ ସଚିବ ରମେଶ କୁମାର ଏହି ବ‌ୈଠକରେ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ:ଗରିବ ମାରିୟା ନାୟକଙ୍କ ଦୁଃଖ କେବେ ଶୁଣିବେ ସରକାର

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od