Thursday, January 9, 2025
Thursday, January 9, 2025
Home ଆମ ଓଡ଼ିଶା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଓଡ଼ିଆ ଅସ୍ମିତା ଶିବିର-୨୦୨୪ ଉଦ୍‌ଘାଟିତ

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଓଡ଼ିଆ ଅସ୍ମିତା ଶିବିର-୨୦୨୪ ଉଦ୍‌ଘାଟିତ

by
0 comment

ଭୁବେନଶ୍ବର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅାନୁକୂଲ୍ୟରେ ଜାତୀୟ ସେବା େଯାଜନା ପକ୍ଷରୁ ଆନ୍ତଃ-ବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବ ଓଡ଼ିଆ ଅସ୍ମିତା ଶିବିର ୨୦୨୪ ଉଦ୍‌ଘାଟିତ େହାଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରିଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍‌ଘାଟକ ଭାବେ ଯୋଗଦେଇ ଓଡ଼ିଶାର ସଂସ୍କୃତି, ପରମ୍ପରା , କଳା, ସାହିତ୍ୟ ଓ ସୃଜନଶୀଳତାକୁ ନେଇ ନିଜର ଅସ୍ମିତାକୁ ପ୍ରତିପାଦିତ କରିବା ଆଜିର ଯୁବ ସମାଜ ପାଇଁ ଏକ ଆହ୍ବାନ ବୋଲି କହିଥିଲେ। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମେ ଓଡ଼ିଆ ଭାଷା ପ୍ରତି ଆତ୍ମୀୟତା ବୃଦ୍ଧି କରିବା ସହ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ପ୍ରୟୋଗକୁ ଗୁରୁତ୍ବ ଦେବା ଉଚିତ। ସଂପ୍ରତି ଓଡ଼ିଶାରେ ପ୍ରଚଳିତ ଜାତୀୟ ଶିକ୍ଷା ନୀତି ଅନୁସାରେ ମାତୃଭାଷାରେ ଶିକ୍ଷାଦାନକୁ ଗୁରୁତ୍ବ ଦିଆଯାଇଛି।

ଯାହାଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ସହ ସୃଜନଶୀଳତାର ଅଭ୍ୟୁଦୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିେଲ। ମୁଖ୍ୟ ଅତିଥି ବିଧାୟକ ତଥା ସିେନତାରକା ଅକାଶ ଦାଶନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଜାତିର ମହାନ ଐତିହ୍ୟ ସମ୍ପର୍କରେ ଆଜିର ଯୁବ ସମାଜ ଅଧିକରୁ ଅଧିକ ଜାଣିବା ସହ ଆଗାମୀ ଦିନରେ ନିଜର ସାମାଜିକ କର୍ତ୍ତବ୍ୟ ସହ ଆମ ସଂସ୍କୃତିର ସାମୂହିକ ପ୍ରଚାର ଓ ପ୍ରସାର ନିମନ୍ତେ ଆଗଭର ହେବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ଡ. ରମେଶ ଚନ୍ଦ୍ରକ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ସେବା ଯୋଜନା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆେୟାଜିତ ଏହି ତିନିଦିନିଆ ଶିବିର ସେମାନଙ୍କ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ବିଭବ ସମ୍ପର୍କରେ ଆବଶ୍ୟକୀୟ ଜ୍ଞାନର ଉେଦ୍ରକ କରିବା ସହ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ପ୍ରତିପାଦିତ କରିବା ପାଇଁ ଏକ ପ୍ରକୃଷ୍ଟ ସୁେଯାଗ ବୋଲି ମତ ଦେବା ସହ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଆସିଥିବା​‌ ସ୍ବେଚ୍ଛାସେବୀମାନଙ୍କୁ ସେମାନଙ୍କ ଓଡ଼ିଶା ପ୍ରତି ସାମାଜିକ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସଚେତନ କରିବ ବୋଲି ମତ ଦେଇଥିଲେ। ଓଡ଼ିଶା ଜାତୀୟସେବା ଯୋଜନାର ଆଞ୍ଚଳିକ ନିର୍ଦେଶିକା ସୁଶ୍ରୀ ସରିତା ପଟେଲ ତାଙ୍କ ବକ୍ତବ୍ୟରେ ଏହି ଯୁବ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିେଲ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ  ସଂଗ୍ରାମ କେଶରରୀ ଷଡଙ୍ଗୀ ଏହିଭଳି ଏକ ଅଭିନବ ଶିବିର ଓଡ଼ିଶାର ଯୁବଶକ୍ତିର ସାଂସ୍କୃତିକ ଓ ସାମାଜିକ ପ୍ରତିଭାକୁ ବିକାଶ ପଥରେ ଆଗେଇ ନେବା ସହ ଆଗାମୀ ଦିନରେ ଆମ ଯୁବ ପ୍ରତିଭାଙ୍କ ଦକ୍ଷତାକୁ ପ୍ରତିପାଦିତ କରିବ ବୋଲି ଆଶାବ୍ୟକ୍ତ କରିଥିେଲ। ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ସୁଶ୍ରୀ ବର୍ଣ୍ଣାଳୀ େହାତା ନିଜ ସଫଳତା ସମ୍ପର୍କରେ ସୂଚନା ଦେବା ସହ ଓଡ଼ିଶାର ଯୁବଶକ୍ତି ଆଗାମୀ ଦିନରେ ସାଂସ୍କୃତିକ େକ୍ଷତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମତ ଦେଇଥିଲେ।

କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ତାଙ୍କ ବକ୍ତବ୍ୟରେ ବିଗତ ୨୫ ବର୍ଷରେ ପ୍ରଥମଥର ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏହିଭଳି ଏକ ଐତିହାସିକ ତଥା ରାଜ୍ୟସ୍ତରୀୟ ଯୁବମହୋତ୍ସବ ଆୟୋଜନ ଜରିଆରେ ସାରା ଓଡ଼ିଶାକୁ ଏକ ନୂତନ ସାଂସ୍କୃତିକ ବାର୍ତ୍ତା ନିଶ୍ଚିତ ପ୍ରେରଣା କରିବା ସହ ଆମ ଯୁବ ପ୍ରତିଭାଙ୍କ ସଫଳତାକୁ ବିଶ୍ବଦରବାରରେ ପହଞ୍ଚାଇବ ବୋଲି ମତବ୍ୟକ୍ତ କରିଥିେଲ। କୁଳସଚିବ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ଡ. ସଂଦୀପ କୁମାର ରାଉତ ଓ ଜ୍ଞାନ ରଞ୍ଜନ ପଣ୍ଡା ସଂଯୋଜନା କରିଥିେଲ। ଗୁରୁ ଡ. ଧୀରଜ କୁମାର ମହାପାତ୍ରଙ୍କ ନିେର୍ଦ୍ଦଶନାରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ଛାତ୍ରୀମୋେନ ପ୍ରାରମ୍ଭିକ ସଂଗୀତ ପରିେବଷଣ କରିଥିବାବେଳେ ୨୩ଟି ବିଶ୍ବବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିେବଷଣ କରିଥିଲେ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od