Sunday, February 23, 2025
Home ଆମ ଓଡ଼ିଶା ଉତ୍କଳ ବିଶ୍ବବିଦ୍ୟାଳୟରେ ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ବିକାଶ: ପୂର୍ବ ଭାରତର ଦୃଷ୍ଟିକୋଣ ପୂର୍ବାଞ୍ଚଳ ଆଞ୍ଚଳିକ ସମ୍ମିଳନୀ

ଉତ୍କଳ ବିଶ୍ବବିଦ୍ୟାଳୟରେ ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ବିକାଶ: ପୂର୍ବ ଭାରତର ଦୃଷ୍ଟିକୋଣ ପୂର୍ବାଞ୍ଚଳ ଆଞ୍ଚଳିକ ସମ୍ମିଳନୀ

by
0 comment

ଭୁବନେଶ୍ବର:  ଉତ୍କଳ ବିଶ୍ବବିଦ୍ୟାଳୟର ଜନସଂଖ୍ୟା ଗବେଷଣା କେନ୍ଦ୍ର ଏବଂ  ଜନସଂଖ୍ୟା ଅଧ୍ୟୟନ ଭାରତୀୟ ସଂଘ(ଆଇଏଏସପି)ର ମିଳିତ ସହଯୋଗରେ ‘ଜନସଂଖ୍ୟା, ସ୍ୱାସ୍ଥ୍ୟ ଏବଂ ବିକାଶ: ପୂର୍ବ ଭାରତର ଦୃଷ୍ଟିକୋଣ’ ପୂର୍ବାଞ୍ଚଳ ଆଞ୍ଚଳିକ ସମ୍ମିଳନୀ ବାଣୀବିହାର ଏମକେସିଜି ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ କୁମାର ସୁନ୍ଦରମ ଓ ଉପନିର୍ଦେଶକ ବିଶାଖା ସିଂ ରାଠୋର ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ‘ଡିଜିଟାଲ ପପୁଲେସନ କ୍ଲକ’କୁ ଲୋକାର୍ପିତ କରିଥିଲେ। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଆଇଏଏସପି ସଭାପତି ପ୍ରଫେସର ସୁରେଶ ଶର୍ମା, ସିୱାଇଏସଡି ସହ ପ୍ରତିଷ୍ଠାତା ଜଗଦାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।  ଆଞ୍ଚଳିକ ପୂର୍ବାଞ୍ଚଳ ସଂଯୋଜକ ଏମିଲି ଦାସ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜନସଂଖ୍ୟା ଗବେଷଣା କେନ୍ଦ୍ର ଉପନିର୍ଦେଶକ ପ୍ରଫେସର ଦେବେନ୍ଦ୍ର କୁମାର ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବାବେଳେ ଆଇଏଏସପି କୋଷାଧ୍ୟକ୍ଷ ଡ. ଜିତେନ୍ଦ୍ର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଦନା ଶର୍ମା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ଏହି ସମ୍ମିଳନୀରେ ଓଡ଼ିଶା ସମେତ ରାଜ୍ୟ ବାହାରୁ ବିଭିନ୍ନ ପ୍ରତିଷ୍ଠାନର ଶିକ୍ଷକ, ଗବେଷକ ଓ ଅଧିକାରୀ ଯୋଗଦେଇଥିଲେ। ବିଭିନ୍ନ ବୈଷୟିକ ଅଧିବେଶନରେ ପୂର୍ବ ଭାରତର ଜନସଂଖ୍ୟା, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ ଉପରେ ଆଲୋଚନା କରାଯାଇଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od