ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବାବେଳେ ସୁଧ ହାର କମିବା ନେଇ ଆଶଙ୍କା କରାଯାଉଛି। ବର୍ତ୍ତମାନର ୮.୨୫ ପ୍ରତିଶତରୁ ଏହା ସାମାନ୍ୟ ହ୍ରାସ ପାଇପାରେ। ୨୦୨୪-୨୫ ପାଇଁ ଭବିଷ୍ୟନିଧି ପାଣ୍ଠି ଅବଦାନ ଉପରେ ସୁଧ ହାର ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିସହ ଜଡ଼ିତ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସୁଧ ହାର ୮.୨ରୁ ୮.୨୫ ପ୍ରତିଶତ ମଧ୍ୟରେ ସ୍ଥିର କରାଯାଇପାରେ। ୨୦୨୩-୨୪ ନିମନ୍ତେ ଇପିଏଫ୍ଓର ବାର୍ଷିକ ରିପୋର୍ଟ ଅନୁଯାୟୀ ଏହି ସମୟ ମଧ୍ୟରେ ଇପିଏଫ୍ଓ ୨.୨୬ ଲକ୍ଷ କୋଟି ଟଙ୍କାର ଅବଦାନ ଗ୍ରହଣ କରିଥିବାବେଳେ ଏଥିରେ ବାର୍ଷିକ ୬.୫୪ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ମୋଟ ୧୫.୨୯ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ଇପିଏଫ୍ଓ ୨୦୨୩-୨୪ ପାଇଁ ୮.୨୫ ପ୍ରତିଶତ ସୁଧ ହାର ଘୋଷଣା କରିଥିଲା। ୨୦୨୨-୨୩ରେ ସୁଧ ହାର ୮.୧୫ ପ୍ରତିଶତ ତୁଳନାରେ ଏହା ସାମାନ୍ୟ ଅଧିକ ଥିଲା।
ଇପିଏଫ୍ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ: କମିପାରେ ସୁଧ ହାର
0
previous post