Wednesday, November 27, 2024
Wednesday, November 27, 2024
Home Latest ଇଣ୍ଡିଆନ ଓମେନ୍ସ ଲିଗ୍ ୨୦୨୪-୨୫ ସିଜନ ପାଇଁ ଯୋଗ୍ୟତା ଅର୍ଜନ କଲା ଓଡ଼ିଶାର ନୀତା ଫୁଟବଲ ଏକଡେମୀ

ଇଣ୍ଡିଆନ ଓମେନ୍ସ ଲିଗ୍ ୨୦୨୪-୨୫ ସିଜନ ପାଇଁ ଯୋଗ୍ୟତା ଅର୍ଜନ କଲା ଓଡ଼ିଶାର ନୀତା ଫୁଟବଲ ଏକଡେମୀ

by
0 comment

ଇଣ୍ଡିଆନ ଓମେନ୍ସ ଲିଗ୍ ୨୦୨୪-୨୫ ସିଜନ ପାଇଁ ଯୋଗ୍ୟତା ଅର୍ଜନ କଲା ଓଡ଼ିଶାର ନୀତା ଫୁଟବଲ ଏକଡେମୀ

ଭୁବନେଶ୍ୱର: ଓଡ଼ିଶା ଫୁଟବଲରେ ଐତିହାସିକ ସଫଳତା ହାସଲ କରିଛି ନୀତା ଫୁଟବଲ ଏକାଡେମୀ (ଏନଏଫଏ) । ଏହି ଏକାଡେମୀ ଭାରତର ପ୍ରମୁଖ ପେସାଦାର ଫୁଟବଲ ଲିଗ୍ ଇଣ୍ଡିଆନ ଓମେନ୍ସ ଲିଗ (ଆଇଡବ୍ଲୁଏଲ)ର ୨୦୨୪-୨୫ ସିଜନରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଆଇଡବ୍ଲୁଏଲର ଉଦଘାଟନୀ ସିଜିନରେ ରନର୍ସ ଅଫ ହୋଇ ନୀତା ଫୁଟବଲ ଏକାଡେମୀ ଏହି ସଫଳତା ହାସଲ କରିଛି । ୨୦୨୪ ମେ’ ୨୮ ତାରିଖରେ ଗୋଆର ମାପୁସାସ୍ଥିତ ଡୁଲେର ଷ୍ଟାଡିୟମରେ ଶେଷ ହୋଇଥିବା ଫାଇନାଲ ରାଉଣ୍ଡରେ ଏନଏଫଏ ଓ ଶ୍ରୀଭୂମି ଫୁଟ୍ ବଲ୍ କ୍ଲବ୍ (କୋଲକାତା) ୧୦ ପଏଣ୍ଟ ଲେଖାଏଁ ପାଇ ଟାଇଟଲ ଭାଗ କରିଥିଲେ । ଫାଇନାଲ ରାଉଣ୍ଡରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ ।

ମେ ୧୦ରେ ଏନଏଫଏ ନିଜର ପ୍ରଥମ ମ୍ୟାଚରେ ଶ୍ରୀଭୂମି ଏଫସିଠାରୁ ୧-୩ ଗୋଲରେ ପରାସ୍ତ ହୋଇ ନିଜର ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ପ୍ରାରମ୍ଭିକ ଝଟକା ସତ୍ତ୍ବେ ଓଡ଼ିଶାର ଏହି ଦଳ ନିଜର ଶେଷ ୪ଟି ମ୍ୟାଚ୍ ରୁ ୩ଟିରେ ବିଜୟୀ ହୋଇ ଓ ଗୋଟିଏ ଡ୍ର କରି ଟାଇଟଲ ଦୌଡ଼କୁ ଫେରିଥିଲା ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od