Sunday, February 23, 2025
Home Latest ଇଂଲଣ୍ଡର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର୍‌ ହେଲେ ଓଡ଼ିଆ ପୁଅ ଶ୍ରେୟସ୍

ଇଂଲଣ୍ଡର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର୍‌ ହେଲେ ଓଡ଼ିଆ ପୁଅ ଶ୍ରେୟସ୍

by
0 comment

ଇଂଲଣ୍ଡର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର୍‌ ହେଲେ ଓଡ଼ିଆ ପୁଅ ଶ୍ରେୟସ୍

ଭୁବନେଶ୍ବର: ଇଂଲଣ୍ଡରେ ନାଁ କମାଇଛନ୍ତି ପ୍ରବାସୀ ଓଡ଼ିଆ ଅଞ୍ଜୁ ସିଂହ ଓ ଜିତେନ୍ଦ୍ର ସିଂହଙ୍କ ପୁଅ ଶ୍ରେୟସ ରୟାଲ୍‌। ମାତ୍ର ୧୫ ବର୍ଷ ବୟସରେ ଇଂଲଣ୍ଡର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର୍ ହେବାର ଗୌରବ ଅର୍ଜନ କରିଛନ୍ତି ସେ। ରାଉରକେଲା ବାସିନ୍ଦା ଅଞ୍ଜୁ ଓ ଜିତେନ୍ଦ୍ର କିଛିବର୍ଷ ପୂର୍ବେ ଇଂଲଣ୍ଡ ଯାଇ ସେଠାରେ ବସବାସ କରିବା ଆରମ୍ଭ କରିଥିଲେ। ଜିତେନ୍ଦ୍ରଙ୍କ ଭିସା ଅବଧି ଶେଷ ହୋଇଯିବାରୁ ବେଙ୍ଗାଲୁରୁ ଜନ୍ମିତ ଶ୍ରେୟସ୍ ଓ ତାଙ୍କ ପରିବାର ୨୦୧୮ ମସିହାରେ ଇଂଲଣ୍ଡରୁ ଦେଶାନ୍ତର ହେବା ଭଳି ସମସ୍ୟା ସୃଷ୍ଟି ହୋଇଥିଲା। ହେଲେ ସୌଭାଗ୍ୟବଶତଃ ଜିତେନ୍ଦ୍ରଙ୍କ ୱାର୍କିଂ ଭିସାର ଅବଧି ଠିକ୍ ସମୟରେ ବଢ଼ିଯାଇଥିଲା ଏବଂ ଶ୍ରେୟସ୍ ନିଜ ଚେସ୍ ସ୍ବପ୍ନ ପୂରଣ କରିବାକୁ ସୁଯୋଗ ପାଇଥିଲେ। ୨୦୧୭ ମସିହାରେ ୮ବର୍ଷରୁ କମ୍ ୟୁରୋପୀୟ ଚାମ୍ପିଅନସିପ୍ ଜିତିଥିବା ଶ୍ରେୟସ୍ ୨୦୨୧ରେ ଇଂଲଣ୍ଡର ସର୍ବକନିଷ୍ଠ ଆଇଏମ୍ ହୋଇଥିଲେ। ଚଳିତ ମାସରେ ବ୍ରିଟିସ୍ ଚେସ୍ ଚାମ୍ପିଅନସିପ୍‌ର ଷଷ୍ଠ ସ୍ଥାନରେ ରହି ମାତ୍ର ୧୫ ବର୍ଷ ବୟସରେ ନିଜ ତୃତୀୟ ତଥା ଶେଷ ଗ୍ରାଣ୍ଡମାଷ୍ଟର୍ ନର୍ମ ହାସଲ କରିଥିଲେ। ଏହି କ୍ରମରେ ସେ ଡେଭିଡ୍ ହାୱେଲିଙ୍କ ରେକର୍ଡକୁ ୬ ମାସରୁ ଅଧିକ ସମୟରେ ଭାଙ୍ଗିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od