ଗୁଆହାଟୀ : ରାଜ୍ୟରୁ ଭିଆଇପି ସଂସ୍କୃତି ହଟାଇବାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୋମବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଜୁଲାଇ ୧ରୁ ରାଜ୍ୟର ସବୁ ମନ୍ତ୍ରୀ ଓ ସରକାରୀ କର୍ମଚାରୀ ସେମାନଙ୍କର ବିଦ୍ୟୁତ ବିଲ୍ ପୈଠ କରିବାକୁ ନିର୍ଦେଶ ଦିଆଯାଇଛି। ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବ ମଧ୍ୟ ଏହି ନିର୍ଦେଶନାମା ପାଳନ କରିବେ ବୋଲି ବିଶ୍ବଶର୍ମା ସ୍ପଷ୍ଟ କରିଛନ୍ତି। ଲୋକଙ୍କ ଟିକସ ଅର୍ଥରୁ ଏଣିକି ସରକାରୀ ଅଧିକାରୀ କିମ୍ବା ମନ୍ତ୍ରୀମାନଙ୍କ ବିଦ୍ୟୁତ୍ ବିଲ ପୈଠ କରିବା ବ୍ୟବସ୍ଥା ଗ୍ରହଣୀୟ ହେବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ବିଜୁଳି ଶକ୍ତି ବଞ୍ଚାଇବାକୁ ମଧ୍ୟ ସରକାରୀସ୍ତରରେ ଉଦ୍ୟମ କରାଯାଇଛି। ରାତି ୮ଟା ପରେ କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୃହ, ଅର୍ଥ ବିଭାଗକୁ ବାଦଦେଲେ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ୍ ସରବରାହ ସ୍ବତଃପ୍ରବୃତ୍ତଭାବେ ବିଚ୍ଛିନ୍ନ କରାଯିବ।
ଆସାମ ସରକାରଙ୍କ ନିଷ୍ପତ୍ତି; ଜୁଲାଇ ୧ରୁ ବିଦ୍ୟୁତ ବିଲ୍ ପୈଠ କରିବେ ସରକାରୀ କର୍ମଚାରୀ
138