Saturday, March 1, 2025
Home Home Middle ଆରସିବି ଏଲିମିନେଟ, କ୍ୱାଲିଫାୟର-୨ ଖେଳିବେ ରାଜସ୍ଥାନ-ହାଇଦ୍ରାବାଦ

ଆରସିବି ଏଲିମିନେଟ, କ୍ୱାଲିଫାୟର-୨ ଖେଳିବେ ରାଜସ୍ଥାନ-ହାଇଦ୍ରାବାଦ

by
0 comment

ଅହମଦାବାଦ, ୨୨।୫: ଦାୟିତ୍ୱହୀନ ବ୍ୟାଟିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ପୁଣିଥରେ ଏଲିମିନେଟ୍‌ ହୋଇଛି। ଲିଗ୍‌ ପର୍ଯ୍ୟାୟରେ କ୍ରମାଗତ ୬ ମ୍ୟାଚ ଜିତି ପ୍ଲେଅଫ୍‌ରେ ପ୍ରବେଶ କରିଥିବା ଏହି ଦଳ ବୁଧବାର ଅନୁଷ୍ଠିତ ଏଲିମିନେଟ ମ୍ୟାଚରେ ରାଜସ୍ଥାନ ରୟାଲ୍ସଠାରୁ ୪ ଉଇକେଟରେ ହାରି ଯାଇଛି। ଆରସିବି ୨୦ ଓଭରରେ ୮ ଉଇକେଟ ହରାଇ ୧୭୨ ରନ କରିଥିଲା।

ରାଜସ୍ଥାନ ୧୯ ଓଭରରେ ୬ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରି ନେଇଥିଲା। ଟପ୍‌ ଅର୍ଡରରେ ଯଶସ୍ବୀ ଜୟସ୍ବାଲ ୪୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବାବେଳେ ମଧ୍ୟଭାଗରେ ରିୟାନ ପରାଗଙ୍କ ୨୬ ବଲ୍‌ରୁ ୩୬, ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ ଶିମରନ ହେଟମେରଙ୍କ ୧୪ ବଲ୍‌ରୁ ୨୬ ଓ ଶେଷରେ ରୋଭମାନ ପାଓ୍ବେଲଙ୍କ ୮ ବଲ୍‌ରୁ ଅପରାଜିତ ୧୬ ରନ ବଳରେ ଦଳ ଗୋଟିଏ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।

ଏହାକୁ ମିଶାଇ ଆରସିବି ୫ମ ଥର ଆଇପିଏଲ୍‌ରେ ଏଲିମିନେଟର ମ୍ୟାଚ ହାରିଛି। ଏହା ପୂର୍ବରୁ ଦଳ ୮ ଥର ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲେ ହେଁ ୪ ଥର ଏଲିମିନେଟରରେ ପରାଜିତ ହୋଇଥିଲା। ଏଠାରେ ବିଜୟ ଦ୍ୱାରା ରାଜସ୍ଥାନ କ୍ୱାଲିଫାୟର-୨ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ରାଜସ୍ଥାନ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର୍ସ-୨ ଶୁକ୍ରବାର ଅନୁଷ୍ଠିତ ହେବ। ଏହାର ବିଜେତା ରବିବାର ହେବାକୁଥିବା ଫାଇନାଲରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od