Friday, February 14, 2025
Friday, February 14, 2025
Home ଆମ ଓଡ଼ିଶା ଆରମ୍ଭ ହେଲା ଡିଜିପି-ଆଇଜିପି ସମ୍ମିଳନୀ ;ଉଦ୍‌ଘାଟନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ଆରମ୍ଭ ହେଲା ଡିଜିପି-ଆଇଜିପି ସମ୍ମିଳନୀ ;ଉଦ୍‌ଘାଟନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

by
0 comment

ଭୁବନେଶ୍ୱର : ଆରମ୍ଭ ହେଲା ଡିଜିପି-ଆଇଜିପି ସମ୍ମିଳନୀ। ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ଡିଜିପି-ଆଇଜିପି ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ସାରା ଦେଶର ଡିଜିପି-ଆଇଜିପି ଯୋଗ ଦେଇଛନ୍ତି। ଲୋକସେବା ଭବନରେ ସମ୍ମିଳନୀକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଛନ୍ତି। ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ ହେବ।
ଆଜିଠୁ ଭୁବନେଶ୍ୱରରେ ୫୯ତମ ସର୍ବଭାରତୀୟ ପୁଲିସ ଡିଜି-ଆଇଜି ସମ୍ମିଳନୀ ଆୟୋଜିତ ହେଉଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହା ଆୟୋଜିତ ହେଉଛି। ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଏହି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ଡିଜିପି, ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ଯୋଗ ଦେଉଛନ୍ତି।

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od