Friday, February 14, 2025
Friday, February 14, 2025
Home Latest ଆମ୍ବୁଲାନ୍ସର ବାଟ ଅଟକାଇବାରୁ କାର ଚାଳକଙ୍କ ଉପରେ ଲାଗିଲା ୨.୫ଲକ୍ଷ ଜରିମାନା

ଆମ୍ବୁଲାନ୍ସର ବାଟ ଅଟକାଇବାରୁ କାର ଚାଳକଙ୍କ ଉପରେ ଲାଗିଲା ୨.୫ଲକ୍ଷ ଜରିମାନା

by
0 comment

ଚଲକୁଡି: ଆମ୍ବୁଲାନ୍ସର ବାଟ ଅଟକାଇବାରୁ କାର ଚାଳକଙ୍କ ଉପରେ ଲାଗିଲା ୨.୫ଲକ୍ଷ ଜରିମାନା | ଜାଣିଶୁଣି ଅନେକ ସମୟ ପର୍ଯ୍ୟନ୍ତ କାର ଚାଳକ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଦେଇନଥିବାରୁ ମିଳିଲା ଦଣ୍ଡ | ଆମ୍ବୁଲାନ୍ସର ଡାସକ୍ୟାମରେ ରେକର୍ଡ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା | ଏହା ପରେ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି |

Such an insane & inhuman act.

A car owner in Kerala has been fined Rs/- 2.5 Lakh and their license has been cancelled for not giving away the path for an ambulance.

Well done @TheKeralaPolice pic.twitter.com/RYGqtKj7jZ

— Vije (@vijeshetty) November 16, 2024

ଘଟଣାଟି ନଭେମ୍ୱର ୭ରେ ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି | ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଚଲକୁଡି ଦେଇ ଥ୍ରିସୁର ମେଡିକାଲ କଲେଜ ଯାଉଥିବା ଆମ୍ବୁଲାନ୍ସ ଚାଳକ ଆଗରେ କାର ଦେଖି ହର୍ଣ ମାରିଥିଲେ | ହେଲେ କାର ଚାଳକଜଣକ ଆମ୍ବୁଲାନ୍ସକୁ ଯିବା ପାଇଁ ବାଟ ଦେଇନଥିଲେ | ଲଗାତାର ୨ମିନିଟ ଧରି ଏଭଳି ଚାଲିଥିଲା | ବାଟ ଦେବା ପରିବର୍ତ୍ତେ ସେ ଆମ୍ବୁଲାନ୍ସର ବାଟ ରୋକିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା |

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od