Wednesday, November 27, 2024
Wednesday, November 27, 2024
Home ଦେଶ- ବିଦେଶ ଆମେରିକାର ଅଭିଯୋଗ ପରେ ଆଦାନୀଙ୍କୁ ମୋଦୀଙ୍କ ପ୍ରିୟ କହି ପରିହାସ କଲା କଂଗ୍ରେସ

ଆମେରିକାର ଅଭିଯୋଗ ପରେ ଆଦାନୀଙ୍କୁ ମୋଦୀଙ୍କ ପ୍ରିୟ କହି ପରିହାସ କଲା କଂଗ୍ରେସ

by
0 comment

ୱାଶିଂଟନ: ଆମେରିକାରେ ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ହେବାର କିଛି ଘଣ୍ଟା ପରେ କଂଗ୍ରେସ ଏହି ମାମଲାର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ କହିଛି। ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କୁ ପରିହାସ କରି କଂଗ୍ରେସ କହିଛି ଯେ ଆଦାନୀ ହେଉଛନ୍ତି ମୋଦୀଙ୍କ ପ୍ରିୟ ବ୍ୟବସାୟୀ। 

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ‘‘ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିସନଙ୍କ ଦ୍ବାରା ଆଦାନୀ ଏବଂ ଅନ୍ୟମାନଙ୍କ ବିରୋଧରେ  ଅଭିଯୋଗ ଆଣିବା ପରେ ଏହି ମାମଲା ପରେ ଆମ ଦଳ ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ଚାହୁଁଛି।’’

୨୦୨୩ ମସିହା ଜାନୁଆରିଠାରୁ କଂଗ୍ରେସ ଏହି ଅନୁସନ୍ଧାନ ପାଇଁ ଦାବି କରିଆସୁଛି, ଆଦାନୀ ଏବଂ ତାଙ୍କ ବ୍ୟବସାୟିକ କାରବାରରେ ହୋଇଥିବା ଅନିୟମିତତାକୁ ନେଇ ଚିନ୍ତା ବୃଦ୍ଧି ପାଇଛି ବୋଲି ରମେଶ କହିଛନ୍ତି।

ରମେଶ “ହମ ଆଦାନୀ କେ ହେଁ” ସିରିଜ ବିଷୟରେ ବି ଉଲ୍ଲେଖ କରିଛନ୍ତି। ଯେଉଁଠାରେ ଦୁର୍ନୀତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆଦାନୀଙ୍କ ମଧ୍ୟରେ ସଂଯୋଗ ଥିବା ନେଇ ୧୦୦ ପ୍ରଶ୍ନ ଉଠିଥିଲା। ଏହି ପ୍ରସଙ୍ଗକୁ ଉତ୍‌ଥାପନ କରି ସେ ପ୍ରଶ୍ନଗୁଡ଼ିକର ଉତ୍ତର ମିଳିନାହିଁ ବୋଲି କହିଛନ୍ତି। 

ବୁଧବାର ଦିନ ଆମେରିକା ଅଭିଯୋଗ ଅ‌ାଣିଛି ଯେ ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି। ଆମେରିକା‌ରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍‌ ଡଲାର୍‌ ଲାଞ୍ଚ୍‌ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍‌ କମ୍ପାନି ଏବଂ ଆଦାମୀ ଗ୍ରୁପ୍‌ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od