Friday, February 14, 2025
Friday, February 14, 2025
Home ଅପରାଧ ଆନ୍ଧ୍ର କଲେଜ୍‌ ହିଡେନ୍‌ କ୍ୟାମେରା ମାମଲା: ଦତନ୍ତ ନିର୍ଦ୍ଦେଶ ଦେଲେ ସରକାର

ଆନ୍ଧ୍ର କଲେଜ୍‌ ହିଡେନ୍‌ କ୍ୟାମେରା ମାମଲା: ଦତନ୍ତ ନିର୍ଦ୍ଦେଶ ଦେଲେ ସରକାର

by
0 comment

ହାଇଦ୍ରାବାଦ୍: ଗୁଦଲାଭାଲେରୁ କଲେଜ ଅଫ୍ ଇଞ୍ଜିନିୟରିଂ କ୍ୟାମ୍ପସ୍ ମହିଳା ହଷ୍ଟେଲ ଭିତରେ ହିଡେନ୍‌ କ୍ୟାମରୋ ଲାଗିଥିବା ଅଭିଯୋଗରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି ସତ ହେଲେ ଅଭିଯୁକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ଏହି ମାମଲାରେ ପୁଲିସ୍‌ ଏବେ ଅଧିକ ତଦନ୍ତ କରୁଛି। 

ତେବେ ଏହି ଘଟଣାର ଅଧିକ ତଦନ୍ତ କରିବା ପାଇଁ ଆନ୍ଧ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। କଲେଜ୍‌ କ୍ୟାମ୍ପେସ ଭିତରେ ଶହ ଶହ ଛାତ୍ରଛାତ୍ରୀ ଗତକାଲି ଠାରୁ ‘‘ଆମେ ନ୍ୟାୟ ଚାହୁଁ’’ ବୋଲି ସ୍ଲୋଗାନ୍‌ ଦେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। 

‌କଲେଜ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବାଳିକା ହଷ୍ଟେଲରେ କୌଣସି ହିଡେନ୍‌ କ୍ୟାମେରା ଲାଗିନାହିଁ। ଏହା ସହିତ କଲେଜ୍‌ କର୍ତ୍ତୃପକ୍ଷ ପୁଲିସ୍‌କୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଥିବା କହିବା ସହ କ୍ୟାମ୍ପସରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ସେମାନେ ପ୍ରତିଶୃତି ଦେଇଛନ୍ତି।

ପୁଲିସ କହିଛି ଯେ ସେମାନେ ଛାତ୍ର ଏବଂ କଲେଜ କର୍ମଚାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଯାଞ୍ଚ କରିଛନ୍ତି ଏବଂ ଏପର୍ଯ୍ୟନ୍ତି ଆପତ୍ତିଜନକ ପ୍ରମାଣ ମିଳିନାହିଁ।

ଏହାପୂର୍ବରୁ ବେଙ୍ଗାଲୁରୁର ଏକ ପ୍ରସିଦ୍ଧ କଫି ଦୋକାନରେ ମହିଳା ୱାଶରୁମ୍ ଡଷ୍ଟବିନରେ ଏକ ଫୋନ୍‌ରେ କ୍ୟାମେରା ଅନ୍‌ କରି ରଖାଯାଇଥିବା ପରି ମାମଲା ସାମ୍ନାକୁ ଆସିଥିଲା। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od