Monday, February 24, 2025
Home Latest ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

by
0 comment

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

www.indiatoday.in

ବିଶାଖ‌ାପାଟନମ୍‌: ତେଲୁଗୁ ଦେଶମ ପାର୍ଟିର (ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜନସେନା ପାର୍ଟି ମୁଖ୍ୟ ତଥା ‘ପାୱାର ଷ୍ଟାର’ ପୱନ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

କିିଛି ମାସ ତଳେ ଚନ୍ଦ୍ରବାବୁ ନାଇଡୁ ଇଡି ଦ୍ବାରା ଗିରଫ‌ ହୋଇ ସେ ଜେଲ୍‌ରେ ଥିଲେ। ତାଙ୍କୁ ଜାମିନ ମିଳିବା ପରେ ନାଇଡୁ ଟିଡିପିର ନେତୃତ୍ବ ନେଇ ବିଜେପି ଓ ଜନସେନା ମେଣ୍ଟ ସହ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ।

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ସମେତ ୨୩ ଜଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ବିଜୟୱାଡାରେ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଅଭିନେତା ରଜନୀକାନ୍ତ, ପୱନ କଲ୍ୟାଣଙ୍କ ବଡ ଭାଇ ତଥା ସୁପରଷ୍ଟାର ଚିରଞ୍ଜୀବୀ, ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ଏବଂ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ। ସତ୍ୟ କୁମାର ଯାଦବ ଏଥର ଆନ୍ଧ୍ରପ୍ରଦେଶ କ୍ୟାବିନେଟରେ ଏକମାତ୍ର ବିଜେପି ନେତା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od