ଭୁବନେଶ୍ୱର: ରାଜଧାନୀରେ ପୁଣି ରାଜରାସ୍ତାରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ନିଯୁକ୍ତି ଦିଆଯାଉନଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ଗତ ୧୮ ତାରିଖରେ ସରକାରଙ୍କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କାର୍ଯ୍ୟକାରୀ ହୋଇନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ପକ୍ଷରୁ ଏଦିଗରେ ତତ୍ପରତା ପ୍ରକାଶ ପାଇନଥିବା ଅଭିଯୋଗ କରିଛି । ବିଦ୍ୟାଳୟରେ ଶିକ୍ଷକ ପବଦୀ ଖାଲି ପଡିଥିବା ବେଳେ ଚାକିରି ନପାଇ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ସଂଘ । ମେରିଟ୍ ଲିଷ୍ଟ କାଏମ ରଖି ଯଥାଶୀଘ୍ର ଶିକ୍ଷକ ପବଦୀ ପୂରଣ କରିବାକୁ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ଦାବି କରିଛି ।
ଆନ୍ଦୋଳନରେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ
55
previous post