Sunday, February 23, 2025
Sunday, February 23, 2025
Home ଦେଶ- ବିଦେଶ ଆତଙ୍କବାଦୀଙ୍କୁ ଧରିବାକୁ ସେନା ଓ ସିଆରପିଏଫର ୧୧ଟି ଦଳ ନିୟୋଜିତ

ଆତଙ୍କବାଦୀଙ୍କୁ ଧରିବାକୁ ସେନା ଓ ସିଆରପିଏଫର ୧୧ଟି ଦଳ ନିୟୋଜିତ

by
0 comment

ଡେସ୍କ: ଶିବଖୋଡି ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ୍‌‌ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଭିଯାନକୁ ଜୋରଦାର୍‌‌ କରିଛି। ସେନା ଓ ସିଆରପିଏଫର ୧୧ଟି ଦଳ ରିୟାସି ଜଙ୍ଗଲକୁ ଚାରିପଟୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଜାରି ରଖିଛନ୍ତି।

କାନିମୋଝି ହେଲେ ଡିଏମକେ ସଂସଦୀୟ ଦଳ ନେତା

ତୀର୍ଥଯାତ୍ରୀ ବସ୍‌‌ ଉପରେ ଆକ୍ରମଣ ପରେ ଆତଙ୍କବାଦୀ ମାନେ ରିୟାସି ଜଙ୍ଗଲ ଆଡକୁ ପଳାୟନ କରିଥିଲେ। ଏହି ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ କମାଣ୍ଡୋଙ୍କୁ ତଲାସୀ ଅଭିଯାନରେ ଲଗାଯାଇଛି। ଡ୍ରୋନ୍‌‌ ସହାୟତାରେ ମଧ୍ୟ ତଲାସୀ ଅଭିଯାନ ଜାରି ରହିଛି। ରବିବାର ଜମ୍ମୁ-କାଶ୍ମୀରର ଶିବଖୋଡି ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ୍‌‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ୪୧ ଜଣ ଆହତ ହୋଇଥିଲେ।

ପରିବର୍ତ୍ତନର ମଙ୍ଗ ଧରିବେ ମୋହନ, ପ୍ରଭାତୀ ଓ କନକବର୍ଦ୍ଧନ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od