Wednesday, February 19, 2025
Home Latest ଆଡଭାନୀ ଆପୋଲ ହସ୍ପିଟାଲରେ ଭର୍ତ୍ତି

ଆଡଭାନୀ ଆପୋଲ ହସ୍ପିଟାଲରେ ଭର୍ତ୍ତି

by
0 comment

ଆଡଭାନୀ ଆପୋଲ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ବୁଧବାର ରାତି ୯ଟାରେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଭାରତ ଜନତା ଦଳର ବରିଷ୍ଠ ନେତା ଏଲ.କେ ଆଡଭାନୀଙ୍କୁ ଡକ୍ଟର ଭିନୀତ ସୁରୀଙ୍କ ତତ୍ତ୍ବାବଧାନରେ ମଥୁରା ରୋଡସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

୯୬ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଦିନ ପୂର୍ବରୁ ଜୁନ୍ ୨୭ରେ ତାଙ୍କର ସ୍ୱାସ୍ଥ୍ୟ ଅବନତି ହେତୁ ଆଡଭାନୀଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହୋଇ ଜୁନ୍ ୨୮ରେ ଘରକୁ ଫେରିଥିଲେ। ଏବେ ପୁଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od