Monday, February 24, 2025
Home ଆମ ଓଡ଼ିଶା ଆଠଗଡ ବିଡ଼ିଓଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ

ଆଠଗଡ ବିଡ଼ିଓଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ

by
0 comment

ଆଠଗଡ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଆଠଗଡ ବ୍ଲକ କାର୍ଯ୍ୟାଳୟ ଓ ସରକାରୀ କ୍ଵାର୍ଟର ସମେତ ଭୁବନେଶ୍ବର, ଖୋର୍ଦ୍ଧା ଓ ନୟାଗଡ ଅଞ୍ଚଳର ମୋଟ ୬ଟି ସ୍ଥାନରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ହୋଇଛି । ଭିଜିଲାନ୍ସ ଡିଏସପି ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ୱରେ ଗୋଟିଏ ୫ଜଣିଆ ଦଳ ବିଡିଓଙ୍କ ସରକାରୀ ଆବାସ ଏବଂ ଭିଜିଲାନ୍ସ ନିରୀକ୍ଷକ ସେକ୍ ଇମ୍ରାନଙ୍କ ନେତୃତ୍ୱରେ ଏକ ୪ଜଣିଆ ଦଳ ବ୍ଲକ କାର୍ଯ୍ୟାଳୟରେ ଚଢାଉ କରି ସକାଳ ୧୦ଟା ଠାରୁ ଅପରାହ୍ନ ୬ ଟା ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । ସରକାରୀ କ୍ଵାର୍ଟର ଚାବି ବିଡିଓଙ୍କ ପାଖରେ ଏବଂ ବିଡିଓ ସାହୁ ଭୁବନେଶ୍ବରରେ ଅନ୍ୟ ଏକ ଭିଜିଲାନ୍ସ ଦଳ ସହିତ ଥିବାରୁ ଏଠାରେ ତାଙ୍କ କ୍ଵାର୍ଟର ତାଲା ଭାଙ୍ଗି ଭିଜିଲାନ୍ସ ଦଳ ତଦନ୍ତ କରିଥିଲେ । ତେବେ ସରକାରୀ ଆବାସରେ ବିଡିଓ ପ୍ରାୟତଃ ରୁହନ୍ତି ନାହିଁ । ତେଣୁ ଉକ୍ତ କ୍ଵାର୍ଟରରୁ କୌଣସି ଆପତ୍ତିଜନକ ତଥ୍ୟ, ସାମଗ୍ରୀ ବା ଅନ୍ୟ କିଛି ମିଳିନଥିବା ଭିଜିଲାନ୍ସ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ସେହିପରି ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ବିଭିନ୍ନ କାଗଜପତ୍ର, କମ୍ପ୍ୟୁଟର ଏବଂ ବିଡିଓଙ୍କ ଟେବୁଲ ଡ୍ରୟାର ଆଦିରୁ ସେପରି କିଛି ବି ମିଳିନଥିବାରୁ ଭିଜିଲାନ୍ସ ଦଳ ଏଠାରୁ ଖାଲି ହାତରେ ଫେରିଥିବା ଜଣାପଡିଛି ।

ଅଗଷ୍ଟ ୧୨ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od