ପୁରୀ,୨୪।୭: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ଅନୁଷ୍ଠିତ ହେବ। ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ସେଥିପାଇଁ ସା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ହେଲେ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିପାରିବେ ଭକ୍ତ। ବନକଲାଗି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ।
ଅପରାଜିତାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୨୪।୭: ଭାଜପା ଏମ୍ପି ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ ଗ୍ରୁପ IPU ଉପସଭାପତି। ଅପରାଜିତା IPU କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା…
ଦୁର୍ଦ୍ଦିନରେ ବିସ୍ଥାପିତ ଗାଡ଼ି ମାଲିକ
ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳରେ ରାଜ୍ୟ ବାହାର ପରିବହନ ଠିକାସଂସ୍ଥାକୁ ଅଧିକ ପ୍ରାଧାନ୍ୟ ମିଳିଥିବାରୁ ସ୍ଥାନୀୟ ତଥା ଶିଳ୍ପ ବିସ୍ଥାପିତ…
୨ ବର୍ଷର ଲୋକାର୍ପିତ କେନାଲକୁ ପାଣି ଆସିନି
କେନ୍ଦ୍ରାପଡ଼ା, ୨୪।୭ (ଜଗନ୍ନାଥ ଧଳ): ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର କେନାଲ ୨୦୨୨ ମେ ୧୮ ରେ ଲୋକାର୍ପିତ ହୋଇଥିଲା। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କଳାବୋଦାଠାରେ…
ଶ୍ରେଣୀଗୃହରେ ଛତା ଧରି ବସିଲେ ଛାତ୍ରୀଛାତ୍ର
ଖମାର,୨୪।୭ (ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଶଙ୍ଖମୁରସ୍ଥିତ ଲକ୍ଷ୍ମୀ ନାରାୟଣ ସରକାରୀ ବିଦ୍ୟାଳୟ ଶ୍ରେଣୀଗୃହରେ ମଙ୍ଗଳବାର ଛତା ଧରି ବସିଛନ୍ତି ଛାତ୍ରୀଛାତ୍ର। ଗତବର୍ଷ…