Sunday, February 23, 2025
Sunday, February 23, 2025
Home ଖବର ଆଜି ବି ତାତିରୁ ନିସ୍ତାର ନାହିଁ: ୪୦ ଡିଗ୍ରି ଉପରେ ୨୮ ସହର, ୪୫ ଡିଗ୍ରିରେ ସିଝିଲେ ତାଳଚେରବାସୀ

ଆଜି ବି ତାତିରୁ ନିସ୍ତାର ନାହିଁ: ୪୦ ଡିଗ୍ରି ଉପରେ ୨୮ ସହର, ୪୫ ଡିଗ୍ରିରେ ସିଝିଲେ ତାଳଚେରବାସୀ

by
0 comment

ଆଜି ବି ତାତିରୁ ନିସ୍ତାର ନାହିଁ: ୪୦ ଡିଗ୍ରି ଉପରେ ୨୮ ସହର, ୪୫ ଡିଗ୍ରିରେ ସିଝିଲେ ତାଳଚେରବାସୀ

ଭୁ‌ବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବହା ଜାରି ରହିଛି। ଗତକାଲି ତୁଳନାର ଯଦିଓ ତାପାମାତ୍ର ସାମାନ୍ୟ ହ୍ରାସ ପାଇଛି ତଥାପି ଆଜି ବି ତାତିରୁ ନିସ୍ତାର ମିଳି ନାହିଁ। ଅନୁଗୁଳ ଜିଲ୍ଲା ତାଳଚେର ରାଜ୍ୟର ଉତ୍ତପ୍ତ ସହର ଭାବେ ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୨୮ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଏଥିରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ୧୫ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Sambad is now on WhatsApp

Join and get latest news updates delivered to you via WhatsApp

ଅନ୍ୟପଟରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ସନ୍ଧ୍ୟାରେ କଟକ ଓ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଫଳରେ ଲୋକଙ୍କୁ ଗରମ ପରିବର୍ତ୍ତେ ଶୀତଳ ପବନର ଅନୁଭୂତି ମିଳିଛି। ଭୁବନେଶ୍ବରରେ ପୂର୍ବାହ୍ଣ ସମୟରେ ଯଦିଓ ଖରା ହୋଇଛି, ଅପରାହ୍‌ଣ ପର ଠାରୁ ଲୋକଙ୍କୁ ପ୍ରବଳ ଖରାରୁ ଆଶ୍ବସ୍ତି ମିଳିଛି।  ଆସନ୍ତାକାଲି ଠାରୁ କିଛି ଦିନ ପାଇଁ ତାପମାତ୍ରା ହ୍ରାସ ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏଭଳି ପୂର୍ବାନୁମାନ କରାଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od