Friday, February 21, 2025
Friday, February 21, 2025
Home jagannath ratha yatra ଆଜି ପୁଣି ଆରମ୍ଭ ହେଲା ରଥଟଣା

ଆଜି ପୁଣି ଆରମ୍ଭ ହେଲା ରଥଟଣା

by
0 comment

ପୁରୀ: ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂରତି । ଚଳିତ ଥର ଦୁଇ ଦିନ ରଥଯାତ୍ରା ପଡିଥିବାରୁ ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଲକ୍ଷଲକ୍ଷ ଭକ୍ତମାନେ ଶ୍ରୀଜିଉଙ୍କ ରଥକୁ ମାଉସୀ ମା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି । ଘଣ୍ଟ ଘଣ୍ଟା ବାଦ୍ୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ପ୍ରଥମେ ଯାଉଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପଛେ ପଛେ ଆସୁଛି ମା ସୁଭଦ୍ରାଙ୍କ ଦର୍ପଦଳନ । ଏହାପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ରଥରେ ତିନି ଠାକୁରଙ୍କୁ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ରବିବାର ସିଂହଦ୍ୱାରଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକି ଥିଲା କାଳିଆ ସାଆନ୍ତଙ୍କ ରଥ । ସେହିପରି ରାଜନଅର ସମ୍ମୁଖରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମରିଚିକୋଟ ଛକରେ ଅଟକି ଥିଲା ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ସୋମବାର ସକାଳୁ ରଥରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପୁଣି ରଥଟଣା ଆରମ୍ଭ ହୋଇଛି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od