ନୂଆଦିଲ୍ଲୀ: ଚଳିତ ଅଲିମ୍ପିକ୍ସ ଖେଳ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଆରମ୍ଭ ହୋଇଯାଇଛି। ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରିଛନ୍ତି। ଖେଳ ଆରମ୍ଭ ହୋଇଯାଇଥିବା ବେଳେ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ମନୁ ଭାକର କାଂସ୍ୟ ପଦକ ଜିତିଛନ୍ତି । ଯାହା ଭାରତ ପାଇଁ ଏକ ଗୌରବର ବିଷୟ ପାଲଟିଛି। ମନୁଙ୍କୁ ବିଭିନ୍ନ ଦିଗରୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି।
ଏହି କ୍ରମରେ ବିହାରର ଜମୁଇ ବିଧାନସଭାରୁ ଭାଜପା ଟିକେଟରେ ବିଧାୟିକା ହୋଇଥିବା ଶ୍ରେୟାଶୀ ସିଂହ ବି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ଆଜି ସେ ରାଜେଶ୍ବରୀ କୁମାରୀଙ୍କ ସହ ସଟ୍ଗନ୍ ମହିଳା ଇଭେଣ୍ଟରେ ଖେଳ ଦେଖାଇବେ। ତେବେ ପୂର୍ବରୁ ଖେଳ ପାଇଁ ଅର୍ଜୁନ ପୁରସ୍କାର ପାଇଥିବା ଅଲିମ୍ପିକ୍ସରେ କିଭିଳି ଦମ ଦେଖାଉଛନ୍ତି ତାହା ଭାରତବାସୀ ଅପେକ୍ଷା କରି ରହିଛନ୍ତି।
୨୦୧୪ ମସିହାରେ ଶ୍ରେୟାସୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଦେଶ ପାଇଁ ସ୍ଵର୍ଣ ପଦକ ଜିତିଥିଲେ। ଖେଳ ପ୍ରତି ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ୨୦୧୮ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।
ବିଧାୟିକା ଶ୍ରେୟାଶୀଙ୍କ ବାପା ବିହାରର ବରିଷ୍ଠ ରାଜନେତା ଦିଗବିଜୟ ସିଂହ ଓ ମା’ ପୁତୁଲ ସିଂହ ମଧ୍ୟ ପୂର୍ବରୁ ଏମପି ରହି ସାରିଛନ୍ତି।