ମାଲକାନଗିରି: ଦିନ ଥିଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳ ନକ୍ସଲଙ୍କର ଗଡ଼ ଏବଂ କାର୍ଯ୍ୟାଳୟରେ ପରିଣତ ହୋଇଥିଲା। କେନ୍ଦ୍ରୀୟ କମିଟିର ସମସ୍ତ ମେମ୍ବର ଏଠାରେ ସୁରକ୍ଷିତ ଭାବେ ରହିବା ସହ ନିଜର ଯୋଜନା ପ୍ରସ୍ତୁତ କରୁଥିଲେ। ସ୍ବାଭିମାନ ଅଂଚଳର ଯଡାମ୍ବରେ ରହିଥିବା ମାଓ କାର୍ଯ୍ୟାଳୟ ଏହାର ଉଦାହରଣ। ଏଠାରେ ହିଁ ହେଉଥିବା ସମସ୍ତ ଆକ୍ରମଣର ବ୍ଲୁପ୍ରିଣ୍ଟ। ସରକାରୀ ବାବୁମାନେ କେବଳ ଚିତ୍ରକୋଣ୍ଡାକୁ ହିଁ ଆସିପାରୁଥିଲେ। କିନ୍ତୁ ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତକୁ ଯିବାକୁ ଭୟ କରୁଥିଲେ। ପ୍ରତି ମୂର୍ତ୍ତରେ ବିପଦ ରହିଥିବାରୁ ଏହି ବ୍ଲକ ସରକାରୀ ଯୋଜନା ଠାରୁ ବହୁ ଦୁରରେ ରହିଥିଲା।
ଏହି ଖବର ପଢ଼ନ୍ତୁ: ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ମନମୋହନ ସିଂହ: ମୁଖ୍ୟମନ୍ତ୍ରୀ
ଚିତ୍ରକୋଣ୍ଡା ଗସ୍ତ କରିବାକୁ ସରକାରୀ ବାବୁମାନେ ଦଶ ଥର ଚିନ୍ତା କରୁଥିଲେ। ପୁଲିକ ସବୁଜ ସଂକେତ ନହେଲେ କୌଣସି ସରକାରୀ ଅଧିକାରୀ ଚିତ୍ରକୋଣ୍ଡା ଗସ୍ତ କରୁନଥିଲେ। ଏବେ କିନ୍ତୁ ସ୍ଥିତି ବଦଳିଛି। ଚିତ୍ରକୋଣ୍ଡାର ସମସ୍ତ ଆଭ୍ୟନ୍ତରୀଣ ଅଂଚଳକୁ ସରକାରୀ ବାବୁମାନେ ଗସ୍ତ କରି ବିକାଶ କାର୍ଯ୍ୟକୁ ତରାନ୍ବିତ କରିପାରୁଛନ୍ତି।
ଏହି ଖବର ପଢ଼ନ୍ତୁ: ପ୍ରବଳ ଶୀତ, ଶୁଖିଲା ପାଗ ସହ ଆସିବ ଇଂରାଜୀ ନବବର୍ଷ-୨୦୨୫
ଏହି ପରିପ୍ରେକ୍ଷୀରେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଯଡାମ୍ବ ଗସ୍ତ କରିଥିବା ବେଳେ ନକ୍ସଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନକ୍ସଲଙ୍କର ବିଭିନ୍ନ ଫଟୋ ରହିଥିବା ସହ କିପରି ଏଠାରେ ନକ୍ସଲ ରହୁଥିଲେ ସେ ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଥିଲେ। ଯଡାମ୍ବ ଅଂଚଳରେ ପୁଲିସ ଥାନା ପ୍ରତିଷ୍ଠା ହେବା ସହ ବିଏସଏଫ କ୍ୟାମ୍ପ ରହିଥିବାରୁ ଏହି ଅଂଚଳର ଲୋକେ ବେଶ ସୁରକ୍ଷିତ ରହିଛନ୍ତି। ତେଣୁ ଉପଜିଲ୍ଲାପାଳ ଶ୍ରୀ ଭୋଇ ମଧ୍ୟ ସ୍ବଚ୍ଛନ୍ଦରେ ଏହି ଅଂଚଳକୁ ଗସ୍ତ କରି ଏଠାରେ ଚାଲୁଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଇତିହାସ ପାଲଟିଥିବା ଏହି ଅଂଚଳର ବହୁ ଖବର ନିଜ ପାଖେ ସ୍ମୃତି କରି ରଖିଲେ। ଯାହା ଆଗାମୀ ଦିନରେ ଅନ୍ୟକୁ ସ୍ବାଭିମାନ ଅଂଚଳର କାହାଣୀ କହିବା ବେଳେ ଏସବୁ ସ୍ମୃତି ବଖାଣିବେ।
ଏହି ଖବର ପଢ଼ନ୍ତୁ: ଚାଷଜମିରେ ବିଦ୍ୟୁତ୍ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ
ତେବେ ନକ୍ସଲଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭୟ ଲାଗୁଥିଲା କି ବୋଲି ତାଂକୁ ପଚାରିବାରୁ ସେ ଭୟ ଥିଲା କିନ୍ତୁ ଯେହେତୁ ସୁରକ୍ଷାକର୍ମୀ ଅତି ନିକଟରେ ଥିଲେ ତେଣୁ ଡର ଲାଗୁନଥିଲା। କିନ୍ତୁ ଜୀବନରେ ଏହି ଅଭୁଲା ସ୍ମୃତି ସବୁଦିନ ମନେ ରହିବ ବୋଲି ସେ କହନ୍ତି।
ଏହି ଖବର ପଢ଼ନ୍ତୁ: ଆଖିରେ ହାଣି ପୁରୁଷଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଥିଲା ସିରିୟଲ କିଲର