Sunday, January 12, 2025
Home ସମ୍ପାଦକୀୟ ଆଇନରୁ ଆଭାସ

ଆଇନରୁ ଆଭାସ

by
0 comment

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ। କିନ୍ତୁ ଏବେ ଭାରତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ବିନା ବିତର୍କରେ ଆଇନ ପାସ୍‌ କରାଯାଉଛି। ଅର୍ଥାତ୍‌ ବିଚାରଧାରା ସମ୍ପନ୍ନ ଦଳଗୁଡ଼ିକ ବିନା ବାଧାରେ ନିଜ ଇଚ୍ଛାରେ ଆଇନ କରିପାରୁଛନ୍ତି। ଯେହେତୁ ଆମେ ଆଗାମୀ ୫ ବର୍ଷ ପାଇଁ ଲୋକପ୍ରତିନିଧି ବାଛିବାକୁ ଯାଉଛୁ ସେଥିପାଇଁ ପୂର୍ବ ଦଶନ୍ଧିରେ ଅଣାଯାଇଥିବା ଅନେକ ଆଇନ ଏବଂ ସଂଶୋଧନ ବିଷୟରେ ବିଚାରକରିବା ଦରକାର। ୧. ସୂଚନା ଅଧିକାର (ସଂଶୋଧନ) ଆଇନ, ୨୦୧୯: ଏହି ସଂଶୋଧିତ ଆଇନ କେନ୍ଦ୍ର ଏବଂ ରାଜ୍ୟରେ ସୂଚନା କମିଶନରଙ୍କ ଦରମା ଏବଂ ସେବା ସର୍ତ୍ତ ସ୍ଥିର କରିବାର କ୍ଷମତା ପ୍ରଦାନ କରେ। ସ୍ଥିରୀକୃତ ସର୍ତ୍ତାବଳୀ ବଦଳରେ ବର୍ତ୍ତମାନ କମିଶନରଙ୍କୁ ମନମୁଖି ସର୍ତ୍ତ ଏବଂ ବେତନରେ ନିଯୁକ୍ତ କରାଯାଇପାରୁଛି। ୨୦୧୪ରେ ବିଶ୍ୱ ଆର୍‌ଟିଆଇ ମୂଲ୍ୟାୟନରେ ଭାରତ ଦ୍ୱିତୀୟ ସ୍ଥାନରେ ଥିଲା ଓ ଏବେ ୯ମ ସ୍ଥାନକୁ ଖସିଛି। ୨. ବେଆଇନ କାର୍ଯ୍ୟକଳାପ (ନିରୋଧୀ) ସଂଶୋଧନ ଅଧିନିୟମ(ୟୁଏପିଏ), ୨୦୧୯: ସଂଶୋଧନ ପୂର୍ବରୁ ୟୁଏପିଏ କେବଳ ସଙ୍ଗଠନଗୁଡ଼ିକୁ ‘ଆତଙ୍କବାଦୀ’ ଶ୍ରେଣୀଭୁକ୍ତ କରିବାକୁ ଅନୁମତି ଦେଇଥିଲା। କିନ୍ତୁ ଏବେ ରାଜ୍ୟ ଯେକୌଣସି ବ୍ୟକ୍ତିବିଶେଷଙ୍କୁ ‘ଆତଙ୍କବାଦୀ’ ଭାବେ ଶ୍ରେଣୀଭୁକ୍ତ କରିପାରିବ। ଏହି ବ୍ୟକ୍ତିବିଶେଷଙ୍କୁ ଆଇନରେ ଉଲ୍ଲେଖ କରାଯାଇଥିବା ୩୬ଟି ଆତଙ୍କବାଦୀ ସଙ୍ଗଠନ ସହ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଆତଙ୍କବାଦୀ ଭାବରେ ବର୍ଗୀକୃତକରି ଜେଲରେ ରଖାଯାଉଛି। ୩. କର୍ନାଟକ ଶିକ୍ଷା ଆଇନ (୧୯୮୩) ୨୦୨୨: କର୍ନାଟକ ୨୦୨୨ରେ ମୁସଲମାନ ମହିଳା ଓ ବାଳିକାଙ୍କୁ ୟୁନିଫର୍ମ ଥିବା ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ ନିଷେଧ କରିଥିଲା। ଏପରିକି କଲେଜଗୁଡ଼ିକରେ ନିର୍ଦ୍ଦିଷ୍ଟ ୟୁନିଫର୍ମ ନ ଥିଲେ ବି ସେଠାରେ ମୁସଲମାନ ଛାତ୍ରୀଙ୍କୁ ହିଜାବ ବାରଣ କରାଯାଇଥିଲା। ଅପରପକ୍ଷରେ ଶିଖମାନଙ୍କୁ ଏହି ଆଦେଶରୁ ବାଦ୍‌ ଦିଆଯାଇଥିଲା।
୪. ମହାରାଷ୍ଟ୍ର ପ୍ରାଣୀ ସୁରକ୍ଷା (ସଂଶୋଧନ) ଆଇନ, ୨୦୧୫: ପ୍ରଧାନମନ୍ତ୍ରୀଙ୍କ ‘ଗୋଲାପୀ ବିପ୍ଳବ’ ଭାଷଣ ପରେ ଗୋମାଂସ ଅଧିକାରକୁ ଅପରାଧୀକରଣ କରାଗଲା। ଏହି ଆଇନରେ ଯେ କେହି ଗୋମାଂସ ସାଣ୍ଡୱିଚ୍‌ ରଖିଥିବା ଅଭିଯୋଗ ହେଲେ ସେହି ବ୍ୟକ୍ତିଙ୍କୁ ୫ ବର୍ଷ ଜେଲଦଣ୍ଡ ଦିଆଯାଇପାରେ। ୫. ହରିୟାଣା ଗୋବଂଶ ସୁରକ୍ଷା ଏବଂ ଗୌସମ୍ବର୍ଦ୍ଧନ ଆଇନ, ୨୦୧୫: ଗୋମାଂସ ରଖିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବାର ଏହି ଆଇନରେ ପ୍ରାବଧାନ ରହିଛି। ଏପରିକି ଅଭିଯୁକ୍ତ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ହେବ। ୬. ଗୁଜରାଟ ପ୍ରାଣୀ ସୁରକ୍ଷା (ସଂଶୋଧନ) ଆଇନ, ୨୦୧୭: ଏହି ଆଇନରେ ଗୋହତ୍ୟାକାରୀକୁ ଆଜୀବନ କାରାଦଣ୍ଡର ପ୍ରାବଧାନ ଅଛି। ଅନ୍ୟ କୌଣସି ଆର୍ଥିକ ଅପରାଧରେ ଏଭଳି ଆଜୀବନ କାରାଦଣ୍ଡ ନାହିଁ। ୭. ଉତ୍ତରପ୍ରଦେଶ ସାର୍ବଜନୀନ ତଥା ବେସରକାରୀ ସମ୍ପତ୍ତି କ୍ଷୟକ୍ଷତିର ପୁନରୁଦ୍ଧାର ନିୟମ ୨୦୨୦: ଏହି ଆଇନ ସରକାରଙ୍କୁ ଦଙ୍ଗା, ପ୍ରତିବାଦ, ବନ୍ଦ, ବିରୋଧ କିମ୍ବା ଜନସମାବେଶ ଯୋଗୁ ହେଉଥିବା ସରକାରୀ କିମ୍ବା ବେସରକାରୀ ସମ୍ପତ୍ତିର କ୍ଷତି ଆକଳନ କରିବାକୁ ଟ୍ରିବ୍ୟୁନାଲ ଗଠନ ପାଇଁ କ୍ଷମତା ପ୍ରଦାନ କରେ। ଟ୍ରିବ୍ୟୁନାଲର ସମସ୍ତ ନିର୍ଦ୍ଦେଶ ଚୂଡ଼ାନ୍ତ ହେବ ଏବଂ ଆଇନର ଧାରା ୨୨ ଅନୁଯାୟୀ କୌଣସି କୋର୍ଟରେ ଏହା ବିରୋଧରେ ଆବେଦନ କରାଯାଇପାରିବ ନାହିଁ। ୮. ଉତ୍ତରାଖଣ୍ଡ ଧର୍ମ ସ୍ବାଧୀନତା ଆଇନ, ୨୦୧୮: ଭାଜପା ଶାସିତ ୭ଟି ରାଜ୍ୟ ମଧ୍ୟରେ ଉତ୍ତରାଖଣ୍ଡ ‘ପ୍ରେମ ଜିହାଦ’କୁ ନେଇ ପ୍ରଥମେ ଏହି ଆଇନ ପ୍ରଣୟନ କରିଥିଲା। ଧର୍ମାନ୍ତରୀକରଣ ହୋଇଥିଲେ ଏହା ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ବିବାହକୁ ଅପରାଧୀକରଣ କରିଥାଏ। ଯେଉଁମାନେ ନିର୍ଦ୍ଦିଷ୍ଟ ଧାରାରେ ସରକାରଙ୍କ ନିକଟରେ ଆବେଦନ ନ କରି ଏବଂ ପୋଲିସର ତଦନ୍ତ ପରେ ସରକାରଙ୍କ ସହମତି ବିନା ସେମାନଙ୍କର ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ଏହି ଆଇନ ଅନୁଯାୟୀ ଜେଲଦଣ୍ଡ ଭୋଗୁଛନ୍ତି। ୯. ହିମାଚଳ ପ୍ରଦେଶ ଧର୍ମ ସ୍ବାଧୀନତା ଆଇନ, ୨୦୧୯: ଏହି ଆଇନରେ ଧର୍ମ ପ୍ରଚାର (ଧାରା ୨୫ ଅନୁଯାୟୀ ଏକ ମୌଳିକ ଅଧିକାର) ପାଇଁ ୭ ବର୍ଷ ଜେଲଦଣ୍ଡ ରଖାଯାଇଛି। ୧୦. ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ, ୨୦୨୦: ଏହା ସରକାରୀ ଅନୁମତି ଏବଂ ୬୦ ଦିନର ନୋଟିସ ବିନା ଧର୍ମ ପରିବର୍ତ୍ତନକୁ ନିଷେଧ କରେ। ଏହି ପ୍ରକାର ଆଇନ ମଧ୍ୟପ୍ରଦେଶ (ମଧ୍ୟପ୍ରଦେଶ ଫ୍ରିଡମ ଅଫ୍‌ ରିଲିଜିଅନ ଆକ୍ଟ, ୨୦୨୧), ଗୁଜରାଟ (ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ (ସଂଶୋଧନ) ଆକ୍ଟ, ୨୦୨୧), କର୍ନାଟକ (କର୍ନାଟକ ପ୍ରୋଟେକ୍‌ସନ ଅଫ୍‌ ରାଇଟ୍‌ ଟୁ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୨୨) ଏବଂ ହରିୟାଣା (ହରିୟାଣା ପ୍ରିଭେନ୍‌ସନ ଅଫ୍‌ ଅନ୍‌ଲଫୁଲ କନ୍‌ଭର୍ସନ ଅଫ୍‌ ରିଲିଜିଅନ ଆକ୍ଟ, ୨୦୨୨)ରେ ପାସ୍‌ କରାଯାଇଥିଲା। ୧୧. ଟେମ୍ପୋରାରି ସସ୍‌ପେନ୍‌ସନ ଅଫ୍‌ ଟେଲିକମ୍‌ ସର୍ଭିସ୍‌(ପବ୍ଲିକ ଏମର୍ଜେନ୍ସି /ପବ୍ଲିକ ସେଫ୍ଟି ରୁଲ୍ସ, ୨୦୧୭: ଏହି ଆଇନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ କ୍ଷମତା ଦେଇଛି। ଇଣ୍ଟରନେଟ୍‌ ବନ୍ଦରେ ଭାରତ ହେଉଛି ବିଶ୍ୱର ଅଗ୍ରଣୀ ଦେଶ। ୧୨. ୨୦୧୯ରେ ଗୁଜରାଟରେ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ଉପରେ ନିଷେଧାଦେଶ ପାଇଁ ଏକ ସଂଶୋଧିତ ଆଇନ ଅଣାଯାଇଥିଲା। ଏହି ନିୟମ ହିନ୍ଦୁ ଏବଂ ମୁସଲମାନଙ୍କୁ ସରକାରଙ୍କ ଅନୁମତି ବିନା ପରସ୍ପରଠାରୁ ସମ୍ପତ୍ତି କ୍ରୟ କିମ୍ବା ଭଡ଼ାରେ ଦେବାକୁ ବାରଣ କରିଛି।
ଉଲ୍ଲେଖନୀୟ, ଗୋଟିଏ ରାଜ୍ୟରେ ଆଇନ ପ୍ରଣୟନ କରିଥିବା ଦଳ କ୍ଷମତାଚ୍ୟୁତ ହେଲା ପରେ ମଧ୍ୟ ସେହି ଆଇନଗୁଡ଼ିକ ମଧ୍ୟରୁ କେତେକ ଏବେ ବି ରହିିଛି। ଏହି ଆଇନଗୁଡ଼ିକର ଦୀର୍ଘମିଆଦୀ ପ୍ରଭାବ ରହିଛି ଏବଂ ଆମ ସମାଜ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଚିନ୍ତା କରିବା ଲାଗି ପୋଲିସ, ଅମଲାତନ୍ତ୍ର ଏବଂ ନ୍ୟାୟପାଳିକାକୁ ପ୍ରଭାବିତ କରିଛି। ଭାରତ କେଉଁ ପ୍ରକାର ଦେଶ ତାହା ଏହିସବୁ ଆଇନ ପ୍ରତିଫଳିତ କରିଛି ଏବଂ ଚଳିତ ନିର୍ବାଚନ ପରେ ଆଗକୁ ଆମେ କ’ଣ ଆଶା କରିପାରିବା, ସେ ବିଷୟରେ ଏକ ଆଭାସ ମିଳୁଛି।

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା…

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ…

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ…

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ…

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ…

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା…

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।…

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ…

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od