// ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜୟନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ନୂଆ ପ୍ରାର୍ଥୀ। ପ୍ରାର୍ଥୀ ବଦଳାଇବା ନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି। //ନୂଆପଡ଼ା: ବ୍ଲକିଂ ଚେକିଂ ବେଳେ ଦୁଇ ବାଇକରୁ ପ୍ରାୟ ୮ଲକ୍ଷ ଜବତ। ଜେଞ୍ଜରା ପାଖରୁ ଯାଞ୍ଚବେଳେ ଜବତ କଲା ଜୋଙ୍କ ଥାନା ପୁଲିସ। ଗୋଟିଏ ବାଇକରୁ ୨.୧୯ଲକ୍ଷ ଓ ଆଉ ଗୋଟିଏରୁ ୫.୮୦ଲକ୍ଷ ଜବତ। କେଉଁ ପରିସ୍ଥିତିରେ ଏତେ ଟଙ୍କା ନେଇ ଯାଉଥିଲେ ଦୁହିଁଙ୍କୁ ପଚରାଉଚରା।//ଜାମ୍ମୁ କାଶ୍ମୀର ପୁଞ୍ଚରେ ଆଇଏଏଫ କନଭଏ ଉପରେ ଆତଙ୍କବାଦୀ ହାମଲା। ଆତଙ୍କୀ ହମଲାରେ ଯବାନ ଗୁରୁତର ହୋଇଥିବା ସୂଚନା। ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ।//ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ। ପାକିସ୍ତାନ ପଟୁ ଆସୁଥିବା ସୀମାପାର ଆତଙ୍କର ସମୁଚିତ ଜବାବ ଦିଆଯାଇଛି। ଚୀନ ସୀମାରେ ଆମ ଯବାନମାନେ ଜାଗତିଆର ରହିଛନ୍ତି। ଦେଶ ସୁରକ୍ଷା ନେଇ ମୋଦୀ ସରକାର କୌଣସି ସାଲିସ କରିବ ନାହିଁ। ମୋଦୀ ସରକାର ପାଇଁ ଦେଶ ପ୍ରଥମ, ଦେଶର ସୁରକ୍ଷା ପ୍ରଥମ। ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଏସ.ଜୟଶଙ୍କରଙ୍କ ମନ୍ତବ୍ୟ। ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ପ୍ରତିଭାରେ ଭରପୁର। କ’ଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ କି। ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି? ଓଡ଼ିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ। କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତାର ନିଦର୍ଶନ। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ କାହିଁକି ବାଛିଲେ। ଓଡ଼ିଶାରୁ ଯାହା ଆମେ ଅଶା କରୁଛୁ, ତାହା ପାଉଛୁ କି? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। //ଭୁବନେଶ୍ୱର : ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ରାତି ସାଢେ ୯ଟାରେ ଭୁବନେଶ୍ୱର ପହଞ୍ଚିବେ // ଭୁବନେଶ୍ଵର: ଆସନ୍ତା ସପ୍ତାହରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୦ ତାରିଖରେ ଭୁବନେଶ୍ଵରରେ ରୋଡ୍ ଶୋ’ କରିବେ । ୧୧ ତାରିଖରେ ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି // କୋରାପୁଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଏମପି ଛକରେ ସାଧାରଣ ସଭାରେ ହେଲେ ସାମିଲଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା//ଭୁବନେଶ୍ୱର: ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଭରତପୁର ଥାନା ଅନ୍ତର୍ଗତ ଏକ ବସ୍ତିରୁ ମୃତଦେହ ଉଦ୍ଧାର, ସାଙ୍ଗରେ ରହୁଥିବା ଅନ୍ୟ ଜଣେ ଯୁବତୀ ଫେରାର//ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, ଆଜି ଭୁବନେଶବରରେ ବୃଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସହ କରିବେ ଆଲୋଚନା, କାଲି କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ//ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କୁ ଗିରଫ କଲା କାନାଡ଼ା ପୁଲିସ, ନିଜ୍ଜରକୁ ହତ୍ୟା ପାଇଁ ଭାରତ ଏହି ଅଭିଯୁକ୍ତମାନଙ୍କୁ ପଠାଇଥିବା ଅଭିଯୋଗ କଲା କାନାଡ଼ା // ନୂଆଦିଲ୍ଲୀ:ଦିଲ୍ଲୀ ମେଟ୍ରୋରେ ଜଣେ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ କରାଯାଇଥିବା ଅଭିଯୋଗ, ସୋସିଆଲ ମିଡିଆରେ ଘଟଣା ସମ୍ପର୍କରେ ପୋଷ୍ଟ କରି ପୁଲିସ ସହାୟତା ମାଗିଲେ ପୀଡ଼ିତ // ଟିକେଟ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି, କଂଗ୍ରେସରୁ ଟିକେଟ ପାଇଥିଲେ ସୁଦ୍ଧା ଫେରାଇଛନ୍ତି, ଦଳ ଫଣ୍ଡିଂ ନଦେବାରୁ ସେ ଟିକେଟ ଫେରାଇଥିବା ସୂଚନା, ଦଳୀୟ ଅର୍ଥ ବିନା ପ୍ରଚାର ସମ୍ଭବ ନୁହେଁ କହିଲେ ସୁଚରିତା//
ଅବକାରୀ ଚଢ଼ାଉ, ୧୪୮୦ ଲିଟର ଚୋରା ଦେଶୀମଦ ଜବତ
14
previous post