Saturday, February 22, 2025
Home ଆମ ଓଡ଼ିଶା ଅପରାହ୍ନ ୪ଟା ମୁଖ୍ୟ ଖବର

ଅପରାହ୍ନ ୪ଟା ମୁଖ୍ୟ ଖବର

by
0 comment

ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ମହାବଳ ବାଘ.. ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍‌‌ ସୁଶାନ୍ତ ନନ୍ଦଙ୍କ ସୂଚନା..

ଭାରତୀୟ ହକି ଦଳର ତାରକା ଗୋଲକିପର ପିଆର ଶ୍ରୀଜେଶଙ୍କ ସମ୍ମାନାର୍ଥେ ହକି ଇଣ୍ଡିଆର ବଡ଼ ନିଷ୍ପତ୍ତି.. ଆଉ ଦେଖାଯିବନି ଜର୍ସି ନମ୍ବର ୧୬.. ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬କୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି ହକି ଇଣ୍ଡିଆ..

କଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା.. ଆନ୍ଦୋଳନକୁ ଓହ୍ଲାଇଲେ ଭୁବନେଶ୍ଵର ଏମ୍ସ ଡାକ୍ତର..

ଜମ୍ମୁ କାଶ୍ମୀରର ଡୋଡା ଜିଲାର ଅସାର ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ.. ଜଣେ ସେନା ଅଧିକାରୀ ଶହୀଦ.. ଶହୀଦ ହୋଇଥିବା ଅଧିକାରୀ ୪୮ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ କ୍ୟାପ୍ଟେନ ବୋଲି ଜଣାପଡ଼ିଛି..

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ସ୍ରେଥା ଥାଭିସିନ.. ସମ୍ବିଧାନର ଉଲ୍ଲଂଘନ ଅଭିଯୋଗରେ ପଦରୁ ବହିସ୍କାର କଲେ ସାମ୍ବିଧାନିକ କୋର୍ଟ..

ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ଜିଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଭୂତତ୍ଵବିତ୍ ଅସୀମ ଅଂଶୁମାନ ନାୟକ.. ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ..

ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ରେ ଭାରତ ବନ୍ଦ.. ସଫଳ କରିବାକୁ ଅନୁସୂଚିତ ଜାତି ଓ ଜନଜାତି ସମାଜର ଆହ୍ବାନ..

କଟକ ଜିଲା ସାଲେପୁରରେ ଅଭାବନୀୟ ଘଟଣା.. ପୁଅକୁ ନେଇ ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଲା ମାଆ.. ୧୦ବର୍ଷର ପୁଅର ମୃତଦେହ ଉଦ୍ଧାର.. ମାଆ ନିଖୋଜ..

ସୁପ୍ରିମକୋର୍ଟଙ୍କ ରାୟ.. ଖଣି କମ୍ପାନୀଠାରୁ ରୟାଲଟି ଏବଂ ଟିକସ ଆଦାୟ କରିପାରିବେ ରାଜ୍ୟ, ବକେୟା ଆଦାୟରେ ଜରିମାନା କିମ୍ବା ସୁଧ ଲାଗୁ କରିପାରିବେ ନାହିଁ..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ..ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ..

କଟକ ଏସସିବି ମେଡିକାଲରେ ଦୁଇ ଜଣ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା.. ସ୍ଵାସ୍ଥ୍ୟ ବିଭାଗର ନିର୍ଦେଶ ପରେ ୩ ଜଣିଆ କମିଟିର ତଦନ୍ତ ଆରମ୍ଭ, ଡିଏମଇଟି, ଯୁଗ୍ମ ଡିଏମଇଟି ଓ ଏସସିବି ଅଧିକ୍ଷକଙ୍କ ମିଳିତ ଟିମର ତଦନ୍ତ..

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od