Thursday, January 9, 2025
Thursday, January 9, 2025
Home Latest ଅନ୍ତରୀଣ ଜାମିନ୍ ପାଇ ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ ସୋରେନ୍, ମେ’୬କୁ ଘୁଞ୍ଚିଲା ଶୁଣାଣି

ଅନ୍ତରୀଣ ଜାମିନ୍ ପାଇ ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ ସୋରେନ୍, ମେ’୬କୁ ଘୁଞ୍ଚିଲା ଶୁଣାଣି

by
0 comment

ଅନ୍ତରୀଣ ଜାମିନ୍ ପାଇ ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ ସୋରେନ୍, ମେ’୬କୁ ଘୁଞ୍ଚିଲା ଶୁଣାଣି

ଝାଡଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ। ଆଜି ଏହି ଆବେଦନକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଆବେଦନର ଶୁଣାଣି ମେ’ ୬ରେ ହେବ ବୋଲି ଲେଖାଯାଇଛି।

Sambad is now on WhatsApp

Join and get latest news updates delivered to you via WhatsApp

ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ ନିଜ ଆବେଦନରେ ଲେଖିଥିଲେ ଯେ, ନିର୍ବାଚନ ସମୟରେ ପ୍ରଚାର ପାଇଁ ତାଙ୍କୁ ଜେଲରୁ ବାହାରକୁ ଯିବା ଜରୁରୀ। ଝାଡଖଣ୍ଡ ହାଇକୋର୍ଟ ଏହି ଆବେଦନ ଉପ‌ରେ ଶୁଣାଣି ନକରି ଫେବ୍ରୁଆରି ୨୮ରୁ ରାୟ ସଂରକ୍ଷିତ ରଖିଛନ୍ତି। ତେଣୁ ମୁଁ ସୁପ୍ରିମକୋର୍ଟ ଆସିଛି।

ତାଙ୍କର ଏହି ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦିପଙ୍କର ଦତ୍ତାଙ୍କ ଖଣ୍ଡପୀଠ ସୋରେନଙ୍କ ଓକିଲ କପିଲ ସିବଲଙ୍କୁ ଦାବି କ’ଣ ବୋଲି ପଚାରିଥିଲେ। ଉତ୍ତରରେ କପିଲ ସିବଲ ଅନ୍ତରୀଣ ଜାମିନ୍ ଦରକାର ବୋଲି କହିଥିଲେ। ଏହା ଶୁଣିବା ପରେ ମେ’ ୬ରେ ଆଗାମୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିବା ବେ‌ଳେ ଏହି ସମୟ ମଧ୍ୟରେ ଝାଡଖଣ୍ଡ ହାଇକୋର୍ଟ ଫେବ୍ରୁଆରି ୨୮ରୁ ସଂରକ୍ଷିତ ରଖିଥିବା ରାୟ ଶୁଣାଇବା ଉପରେ ବିଚାର କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od