Friday, February 14, 2025
Friday, February 14, 2025
Home conservative party ଅଡୁଆରେ ରୁଷି ସୁନକଙ୍କ ପାର୍ଟି, କହିଲେ ମୋତେ ଏବେ ରାଗ ଆସୁଛି

ଅଡୁଆରେ ରୁଷି ସୁନକଙ୍କ ପାର୍ଟି, କହିଲେ ମୋତେ ଏବେ ରାଗ ଆସୁଛି

by
0 comment

ଲଣ୍ଡନ,୨୩ା୬: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କନ୍‌ଜରଭେଟିଭ୍‌ ପାର୍ଟି ଅଡୁଆରେ ପଡ଼ିଛି। ସୁନକଙ୍କ ଜଣେ ଅଧିକାରୀ ବେଟିଂ କରିଥିବା ଅଭିଯୋଗ ହୋଇଛି। ବ୍ରିଟେନର ଜୁଆ ନିୟାମକ ଏହାର ତାରିଖ ଘୋଷଣା ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନରେ ବାଜି ଲଗାଇଥିବା ଅଭିଯୋଗର ଅନୁସନ୍ଧାନ କରୁଛନ୍ତି।
ବ୍ରିଟେନର ଜୁଆ ଖେଳ ଆୟୋଗ ଜୁଲାଇ ୪ ନିର୍ବାଚନ ତାରିଖରେ ବେଟିଂ ଅଭିଯୋଗ ନେଇ ଦଳର ପ୍ରଚାର ନିର୍ଦ୍ଦେଶକଙ୍କ ଉପରେ ତଦନ୍ତ ଆରମ୍ଭ କରିସାରିଛନ୍ତି ବୋଲି ବ୍ରିଟିଶର ଏକ ଖବରକାଗଜ ରବିବାର ରିପୋର୍ଟ କରିଛି।

ଏହି ଖବରକାଗଜରେ ଉକ୍ତ ଅଧିକାରୀଙ୍କୁ ନିକ୍‌ ମେଶନ ନାମରେ ନାମିତ କରାଯାଇଛି, ଯିଏ କନ୍‌ଜରଭେଟିଭ୍‌ ପାର୍ଟିର ମୁଖ୍ୟ ଡାଟା ଅଫିସର ଅଟନ୍ତି। ଏହି ଅଭିଯୋଗ ଉପରେ ମେଶନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଖବରକାଗଜରେ ମେଶନଙ୍କ ମୁଖପାତ୍ର କହିଛନ୍ତି ଯେ, ସେ କୌଣସି ଭୁଲ୍‌କୁ ଅସ୍ବୀକାର କରିଛନ୍ତି।
ପାର୍ଟିର ଏକ ବିବୃତ୍ତିକୁ ଦର୍ଶାଇ ଏଥିରେ କୁହାଯାଇଛି , ଅଭିଯୋଗ ପରେ ମେଶନ ମଧ୍ୟ ଛୁଟି ନେଇଛନ୍ତି।
ଏହି ଘୋଟାଲା ସମ୍ପର୍କିତ ଅଭିଯୋଗ ସୁନକଙ୍କ ବିରୋଧୀ ଲେବର ପାର୍ଟିକୁ ତାଙ୍କ ଉପରେ ଆକ୍ରମଣ କରିବାର ଏକ ନୂଆ ସୁଯୋଗ ଦେଇଛି। ଏଥି ସହିତ ସାଧାରଣ ନିର୍ବାଚନରେ ମତଦାନରେ ପଛରେ ପଡ଼ିଥିବା ସୁନକଙ୍କ ଦଳ ଏକ ନୂଆ ଝଟ୍‌କା ଦେଇଛି।

ଅନ୍ୟପକ୍ଷରେ ତାଙ୍କ ଦଳର ସହକର୍ମୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଶୁଣି ସେ ଅତ୍ୟନ୍ତ ରାଗିଥିବା କହିଛନ୍ତି। ସେ ଏହାକୁ ଏକ ଗୁରୁତର ବିଷୟ ବୋଲି କହିଛନ୍ତି। ଏହି ଦୁର୍ନୀତିରେ ନାମିତ ପାର୍ଟିର ପ୍ରାର୍ଥୀଙ୍କ ମଧ୍ୟରୁ କ୍ରେଗ ଓ୍ବିଲିୟମ୍ସ ଏହି ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି ଏବଂ ଦଳର ପ୍ରଚାର ନିର୍ଦ୍ଦେଶକ ଟନି ଲି ଅନୁପସ୍ଥିତ ରହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od