Monday, February 24, 2025
Home Home Left ଅଚାନକ୍‌ ଆହାର କେନ୍ଦ୍ରରେ ପହଞ୍ଚିଗଲେ ବିଧାୟକ, ପରେ….

ଅଚାନକ୍‌ ଆହାର କେନ୍ଦ୍ରରେ ପହଞ୍ଚିଗଲେ ବିଧାୟକ, ପରେ….

by
0 comment

ଭଦ୍ରକ, ୧୭।୭ (ସନାତନ ରାଉତ): ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପୌରପାଳିକାର ବିଭିନ୍ନ ୱାର୍ଡ ଓ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ସୋମବାର ଅଚାନକ ଭଦ୍ରକ ସହରର ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନିକଟରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ଆହାର କେନ୍ଦ୍ରରେ ଦିଆଯାଉଥିବା ୫ ଟଙ୍କିଆ ଖାଦ୍ୟର ମାନ ପରଖିବା ପାଇଁ ବିଧାୟକ ନିଜେ ଖାଇଥିଲେ। ରୋଷେଇଠାରୁ ଆରମ୍ଭ କରି ଖାଦ୍ୟ ପରଷିବା ସମସ୍ତ ବ୍ୟବସ୍ଥା ପଚାରି ବୁଝିଥିଲେ। ଆହାର କେନ୍ଦ୍ରକୁ ଖାଇବାକୁ ଆସୁଥିବା ଲୋକଙ୍କୁ ମିଳୁଥିବା ଆହାର ବାବଦରେ ସେ ପଚାରିଥିଲେ।
ବିଧାୟକ ଭାବେ ଦାୟିତ୍ୱ ନେବା ପରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ସପ୍ତାହର ପ୍ରତି ମଙ୍ଗଳବାର ଅଭିଯୋଗ ଶୁଣିବା ପାଇଁ ଶିବିର ଆୟୋଜନ କରୁଛନ୍ତି। ଭଦ୍ରକ ସହରର କୁଆଁସଠାରେ ବିଧାୟକ କାର୍ଯ୍ୟାଳୟରେ ପ୍ରତି ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ବିଧାୟକଙ୍କୁ ନିଜର ସମସ୍ୟା ଜଣାଇବାର ସୁଯୋଗ ମିଳୁଥିବାରୁ ସମାଧାନର ଆଶା ନେଇ ଲୋକେ ଖୁସିବ୍ୟକ୍ତ କରୁଛନ୍ତି।

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର, ୧୭ା୭(ପବନ ପାଣିଗ୍ରାହୀ): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ମଙ୍ଗଳବାର ତାଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତର ଆର୍‌.ଏନ୍‌.ମିଶ୍ର, ସୁନୀଲ…

ଆଜି ରଥରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ,୧୭ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ରଥ ଉପରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ, ରାଜରାଜେଶ୍ୱର ବେଶ ତଥା ବଡ଼ତଢ଼ାଉ ବେଶ ଅନୁଷ୍ଠିତ…

କାର୍ଯ୍ୟରେ ଅବହେଳାକଲେ ଚାକିରିରୁ ବିଦା

କୋରାପୁଟ,୧୭ା୭(ଅମିତାଭ ବେହେରା): ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ କୋରାପୁଟ ଜିଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ମଙ୍ଗଳବାର ସମୀକ୍ଷା…

୨୨ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୧୭ା୭ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।…

ଭାଲୁ ପଶିଯିବାରୁ ସ୍କୁଲ ଛୁଟି

ନନ୍ଦାହାଣ୍ଡି/ପାପଡ଼ାହାଣ୍ଡି,୧୭।୭ (ପ୍ରତୀପ କୁମାର ଦାଶ/ ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲାରେ ଭାଲୁ ଆତଙ୍କ ଦେଖାଦେଇଛି। ବିଭିନ୍ନ କାରଣରୁ ଭାଲୁ ଏବେ ଜଙ୍ଗଲଛାଡ଼ି ଜନବସତି ମୁହାଁ ହେଉଛନ୍ତି।…

ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା

ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ…

Advertisement

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od