Sunday, February 23, 2025
Home Latest ୪୦୦ ଆସନ ଟପିବ ତ ଏନଡିଏ ? କଣ କହିଲେ ଅମିତ ଶାହା

୪୦୦ ଆସନ ଟପିବ ତ ଏନଡିଏ ? କଣ କହିଲେ ଅମିତ ଶାହା

by
0 comment

୪୦୦ ଆସନ ଟପିବ ତ ଏନଡିଏ ? କଣ କହିଲେ ଅମିତ ଶାହା

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନିଜ ଦାବି ଅନୁସାରେ ୪୦୦ ଆସନ ଜିତିପାରିବ କି ଏନଡିଏ ? ଏ ସମ୍ପର୍କରେ ବିଜେପି ନେତା ଅମିତ ଶାହା କହିଛନ୍ତି ଯେ ଭୋଟ ଗଣତି ର ଦିନ ଦେଖିବେ, ରାତି ସାଢ଼େ ୧୨ଟା ପୂର୍ବରୁ ଏନଡିଏ ୪୦୦ ଅତିକ୍ରମ କରିବ। ନେଟୱାର୍କ ୧୮ ଗ୍ରୁପ୍ ଏଡିଟର ଇନ୍ ଚିଫ୍ ରାହୁଲ ଯୋଶୀଙ୍କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ନିର୍ବାଚନ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅମିତ ଶାହା। ।

Sambad is now on WhatsApp

Join and get latest news updates delivered to you via WhatsApp

ଅମିତ ଶାହାଙ୍କୁ ପଚରାଯାଇଥିଲା ଯେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ମତଦାନ ହାର ସାମାନ୍ୟ କମ୍ ରହିଛି। କେତେକ ରାଜ୍ୟରେ ଏହା ୫ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆପଣଙ୍କ ସ୍ଲୋଗାନ ହେଉଛି ଏନଡିଏ ପାଇଁ ୪୦୦ ଏବଂ ବିଜେପି ପାଇଁ ୩୭୦ ଆସନ, ଟ୍ରେନ୍ ଟ୍ରାକରେ ଅଛି କି? ଏହାର ଜବାବରେ ଅମିତ ଶାହା କହିଛନ୍ତି, ‘ଏହା ସମ୍ପୂର୍ଣ୍ଣ ଟ୍ରାକରେ ଅଛି। ଫଳାଫଳ ଦିନ ଆପଣ ଦେଖିପାରିବେ । ଅପରାହ୍ନ ସାଢ଼େ ୧୨ଟା ପୂର୍ବରୁ ଏନଡିଏ ୪୦୦ ଅତିକ୍ରମ କରିବ। ମୋଦି ଜୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି, ଭୋଟ୍ ହାର କମ୍ ହେବାର ଅନେକ କାରଣ ରହିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od