କେନ୍ଦୁଝରଗଡ଼଼ : ୟୁନିକ୍ କ୍ରିକେଟ ଏକାଡେମୀ ପକ୍ଷରୁ କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ୧୭ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଚମ ରାଜ୍ୟସ୍ତରୀୟ ୟୁନିକ୍ କପ୍ କ୍ରିକ୍ରେଟ ପ୍ରତିଯୋଗିତାର ରବିବାର ଅନୁଷ୍ଠିତ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱରକୁ ୧ ଉଇକେଟରେ ହରାଇ ଆଲଫ୍ା ସ୍ପୋର୍ଟିଂ ବ୍ରହ୍ମପୁର ଦଳ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି।
ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୩୫ଓଭରରେ ୯ ଉଇକେଟ ହରାଇ ୧୭୬ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରାକେଶ ବିଶ୍ୱାଳ ୫୯ରନ ସଂଗ୍ରହ କରିଥିବା ବେଳେ ପ୍ରତିପକ୍ଷ ଦଳର ସୁଶୀଲ ବାରିକ ୩ଟି ମୂଲ୍ୟବାନ ଉଇକେଟ ଦଖଲ କରିଥିଲେ। ଜବାବରେ ଆଲଫା ସ୍ପୋର୍ଟିଂ ବ୍ରହ୍ମପୁର ଦଳ ୨୮.୪ ଓଭରରେ ୯ଉଇକେଟ ହରାଇ ୧୭୭ରନ ସଂଗ୍ରହ କରି ୧ଉଇକେଟରେ ବିଜୟୀ ହୋଇଥିଲା।
ବ୍ରହ୍ମପୁର ଦଳର ସୁଶୀଲ ବାରିକ ୫୫ରନ ସଂଗ୍ରହ କରିଥିବା ବେଳେ ପ୍ରଗତି ସ୍ପୋର୍ଟିଂ ଦଳର ସାର୍ଥକ ସ୍ୱରୂପ କୁମାର ୫ଉଇକେଟ ଦଖଲ କରି ମ୍ୟାଚ୍କୁ ସଂଘର୍ଷପୂର୍ଣ୍ଣ ମୋଡକୁ ଆଣିଥିଲେ ହେଁ ଶେଷରେ ଦଳ ୧ ଉଇକେଟରେ ପରାସ୍ତ ହୋଇଥିଲା। ୟୁନିକ୍ କ୍ରିକେଟ ଏକାଡେମୀର ପ୍ରତିଷ୍ଠାତା ତଥା ରାଜ୍ୟ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ସୁରେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ରୋଟାରିଆନ ଇଂ ଦେବବ୍ରତ ସ୍ୱାଇଁ, ଜିଲା କ୍ରୀଡା ସଂସ୍ଥା କେନ୍ଦୁଝରର ଯୁଗ୍ମସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ମାନସ ମହାନ୍ତି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇ ଆଲଫଫା ସ୍ପୋର୍ଟିଂ ବ୍ରହ୍ମପୁର ଦଳକୁ ଚମ୍ପିଆନ ଟ୍ରଫି ଓ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଦଳକୁ ରନର୍ସଅପ୍ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।
ବ୍ରହ୍ମପୁର ଦଳର ଆବିଷ୍କାର ପଟ୍ଟନାୟକ ମ୍ୟାନ ଅଫ୍ ଦି ଫାଇନାଲ ଓ ଅଙ୍କିତ ରାଜସିଂ ଶ୍ରେଷ୍ଠ ବ୍ୟାଟସ୍ମ୍ୟାନ ଏବଂ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଦଳର ସାର୍ଥକ ସ୍ୱରୂପ କୁମାର ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିଲେ। ୟୁନିକ୍ କ୍ରିକେଟ ଏକାଡେମୀର ଦୀପକ କୁମାର ସେଠୀ, ତାପସ କୁମାର ବେହେରା, ବ୍ରହ୍ମାନନ୍ଦ ରାଉତ, ଚିନ୍ମୟାନନ୍ଦ ସାହୁ, ଅମ୍ଳାନ ପଟ୍ଟନାୟକ, ମହେଶ ମୁଖୀ ପ୍ରମୁଖ ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।