Saturday, February 22, 2025
Saturday, February 22, 2025
Home Latest ହିନ୍ଦୁ କିମ୍ବା ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିବେ ନାହିଁ ସୋନାକ୍ଷୀ

ହିନ୍ଦୁ କିମ୍ବା ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିବେ ନାହିଁ ସୋନାକ୍ଷୀ

by
0 comment

ହିନ୍ଦୁ କିମ୍ବା ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିବେ ନାହିଁ ସୋନାକ୍ଷୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜି ଅର୍ଥାତ୍ ଜୁନ୨୩ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ସୋନାକ୍ଷୀ ଏବଂ ଜହିରଙ୍କ ଏହି ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କିମ୍ବା ମୁସଲମାନ ରୀତିନୀତି ଅନୁଯାୟୀ ହେବ ନାହିଁ। ବରଂ ସୋନା ଏବଂ ଜହିର ରେଜିଷ୍ଟର୍ଡ ବିବାହ କରିବାକୁ ଯାଉଛନ୍ତି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସୋନାଙ୍କ ବାପା ଶତ୍ରୁଘ୍ନ  ସିହ୍ନାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ସମ୍ପୂର୍ଣ୍ଣ ବିବାହ ପ୍ରସ୍ତୁତି ସୋନାକ୍ଷୀଙ୍କ ଘରେ କରାଯାଇଛି। ଜହିରବି ବିବାହ ପାଇଁ ସୋନାକ୍ଷୀଙ୍କ ଘରେ ପହଞ୍ଚି ଯାଇଛନ୍ତି।  ଏହି ରେଜିଷ୍ଟ ବିବାହ ପରେ ସନ୍ଧ୍ୟାରେ ଭୋଜିର ଆୟୋଜନ କରାଯାଇଛି। ଏଥିରେ ସୋନାକ୍ଷୀ ଓ ଜହିରଙ୍କ ଅନେକ ବନ୍ଧୁବାନ୍ଧବ ସାଙ୍ଗସାଥୀ ଓ ଷ୍ଟାରମାନେ ଉପସ୍ଥିତ ରହିବେ ବୋଲି ଶୁଣିବାକୁ ମିଳିଛି।  ସୋନାକ୍ଷୀଙ୍କ ଏହି ବିବାହକୁ ନେଇ କିଛି ‌ଲୋକେ  ଟ୍ରୋଲ କରୁଥିବା ବ‌େଳେ ଅନେକ ଅଭିନେତ୍ରୀଙ୍କ ବୈବାହିକ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।

ସୋନାକ୍ଷୀଙ୍କ ବିବାହକୁ ନେଇ ଅର୍ଥାତ ପ୍ରିୟ ଅଭିନେତ୍ରୀଙ୍କୁ ବଧୂ ବେଶରେ ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଆଜି ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ‌ହୋଇଛି। ଯେଉଁଥିରେ ବିବାହର କିଛି ପୋଷାକ ଦେଖିବାକୁ ମିଳୁଛି। ଏହାକୁ ସୋନାକ୍ଷୀ ଓ ଜହିରଙ୍କ ବିବାହ ପୋଷାକ ‌ବୋଲି ଲୋକେ କହୁଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od