ଭଦ୍ରକ ସବ୍ଡିଭିଜନରେ ହୋଇଥିବା ଲୁଣିଆ ଗୁଳିକାଣ୍ଡ ସ୍ବାଧୀନତା ସଂଗ୍ରାମର ଏକ ଅଭୁଲା ସ୍ମୃତି। ୧୯୪୨ ସେପ୍ଟେମ୍ବର ୧୬ରେ ତତ୍କାଳୀନ ବାଲେଶ୍ୱର ଜିଲାରେ ଘଟିଥିବା ଏହି ଦୁଃଖଦ ଘଟଣା ବ୍ରିଟିଶ ସରକାରଙ୍କ ବିରୋଧରେ ଲୋକଙ୍କୁ ଏକ୍ରତିତ କରିଥିଲା। ଏହି ଘଟଣାକୁ ଏତେବର୍ଷ ବିତିଯାଇଥିଲେ ମଧ୍ୟ ଆଜି ମନେପଡ଼ିଲେ ଛାତି ଥରିଉଠେ। ଏହି ବର୍ଷ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନ ଡାକି ‘କର ଅବା ମର’ ଭଳି ଆହ୍ବାନ ଦେଇଥିଲେ। ଗାନ୍ଧିଜୀଙ୍କ ଏହି ଆହ୍ବାନକୁ ଚରିତାର୍ଥ କରିବା ପାଇଁ ୧୯୪୨ ସେପ୍ଟେମ୍ବର ୧୬ରେ ଲୁଣିଆ ଗ୍ରାମର ଦୋଳ ମିଳନ ପୀଠରେ ଏକ ବିରାଟ ସଭା ଆୟୋଜନ କରାଯାଇଥିଲା। ଏଥିରେ ବହୁ ସ୍ବାଧୀନତା ସଂଗ୍ରାମୀ ସମବେତ ହୋଇଥାନ୍ତି । ଏହାର ନେତୃତ୍ୱ ସ୍ଥାନୀୟ ଯୁବକ ମୁରଲୀଧର ପଣ୍ଡା ନେଇଥିବା ବେଳେ ସଭାର ସଭାପତି ରାଜମୁକୁନ୍ଦପୁର ଗ୍ରାମର ବୃଦ୍ଧ ରାଧାଶ୍ୟାମ ରାୟମହାପାତ୍ର ଥାନ୍ତି। ଏହି ଅବସରରେ ବ୍ରିଟିଶ୍ମାନଙ୍କ କୁଶାସନ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ ସଭିଏଁ ସଂକଳ୍ପ ନିଅନ୍ତି। ସେଠାରେ ଉପସ୍ଥିତ ଗ୍ରାମରକ୍ଷୀମାନଙ୍କର ସରକାରୀ ପୋଷାକ ସହ ସଭାସ୍ଥଳ ନିକଟରେ ଥିବା କାନ୍ଦିଆହୁଦାକୁ ପ୍ରତୀକାତ୍ମକ ଭାବେ ପୋଡି ଦିଅନ୍ତି। ଏହାପରେ ସ୍ବାଧୀନତା ସଂଗ୍ରାମ ଅଞ୍ଚଳରେ ବ୍ୟାପକ ରୂପ ନିଏ। ଲୁଣିଆର ଏହି ଜନଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଭଦ୍ରକର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦିଅନ୍ତି। ତାଙ୍କ ଆଦେଶମତେ ଧାମନଗର ଥାନା ପୋଲିସ ଅଧିକାରୀ ୧୨ଜଣ ସଶସ୍ତ୍ର ଫୌଜ ସହ ସେପ୍ଟେମ୍ବର ୨୧ତାରିଖ ଦିନ ଲୁଣିଆ ଗ୍ରାମ ଅଭିମୁଖେ ଅଗ୍ରସର ହୁଅନ୍ତି। କର୍ଦ୍ଦମାକ୍ତ ଚଲାପଥ ଓ ନଦୀ- ନାଳର ପ୍ରତିବନ୍ଧକ ଅତିକ୍ରମ କରି ପରଦିନ ପ୍ରଭାତରେ ସେମାନେ ଲୁଣିଆ ସନ୍ନିକଟ କଟସହିଠାରେ ପହଞ୍ଚନ୍ତି। ସେମାନଙ୍କ ଆଗମନର ଖବରପାଇ ଆନ୍ଦୋଳନକାରୀମାନେ ବିଭିନ୍ନ ଗ୍ରାମରୁ ଆସି ସେଠାରେ ସଶସ୍ତ୍ର ବାହିନୀର ପଥ ଅବରୋଧ କରନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେଜଣ ସାହସର ସହ ଫୌଜଙ୍କ କାନ୍ଧରୁ ବନ୍ଧୁକ ସବୁ ଛଡ଼ାଇ ନିଅନ୍ତି। ଅନ୍ୟ ଉପାୟ ନ ପାଇ ଫୌଜ ଆନ୍ଦୋଳନକାରୀଙ୍କୁ ଛଳନାପୂର୍ଣ୍ଣ ଭାବେ ବନ୍ଧୁକ ଫେରି ପାଇଲେ ପ୍ରତ୍ୟାବର୍ତ୍ତନ କରିଯିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଫୌଜଙ୍କ କଥାରେ ଭଳି ଯାଇ ଆନ୍ଦୋଳନକାରୀ ବନ୍ଧୁକ ସବୁ ପ୍ରତ୍ୟାର୍ପଣ କରିବା ସହ ବନ୍ଧୁ ଭାବାପନ୍ନ ହୋଇ ଭଲବାଟ ବତାଇ ଦେବାକୁ ସେମାନଙ୍କର ସହଯାତ୍ରୀ ହୁଅନ୍ତି। ଖପରପଦା ଗ୍ରାମ ଉପକଣ୍ଠରେ ଥିବା ଚାନ୍ଦିପଶି ପ୍ରାନ୍ତରରେ ପହଞ୍ଚତ୍ବା କ୍ଷଣି ଫୌଜ ସେଠାରେ ଥିବା ଗଛ ଆଢୁଆଳର ଏକ ସୁବିଧାଜଣକ ନିରାପଦ ସ୍ଥାନକୁ ଝପଟି ଯାଇ ବିନା ସଙ୍କେତରେ ଅତର୍କିତ ଭାବେ ଆନ୍ଦୋଳନକାରୀଙ୍କ ଉପରେ ଗୁଳିବର୍ଷଣ କରନ୍ତି। ଫୌଜର ଅପ୍ରତ୍ୟାଶିତ ଗୁଳିଚାଳନାରେ ସର୍ବପ୍ରଥମେ ରାଜମୁକୁନ୍ଦପୁରର ନିଧି ମହାଳିକ ଟଳିପଡ଼ନ୍ତି । ପରେ ପରେ ଆହୁରି ୮ ଜଣ ମଧ୍ୟ ଶହୀଦ ହୋଇଯାନ୍ତି। ସେମାନେ ହେଲେ ରାଜମୁକୁନ୍ଦପୁରର କୃଷ୍ଣ ମହାଳିକ, ରାଜୁଆଳିବିନ୍ଧାର ଶ୍ୟାମ ମହାଳିକ, ପଥରଡିହର ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଲୁଣିଆର ଶଙ୍କର ବେହେରା ଓ ଅଗଣି ସାହୁ, ଶୁଶୁଆ ଗ୍ରାମର ଗୌରୀ ଜେନା ଏବଂ କାଶିନ୍ଦିପୁରର ନବକିଶୋର ନାୟକ। ସେମାନଙ୍କ ସହ କଟସାହିର ବଂଶୀଧର ପଣ୍ଡା ଏବଂ ଆଙ୍କପଦାର ଚନ୍ଦ୍ର ମହାଳିକଙ୍କ ସହ ଚଉଦ ଜଣ ସଂଗ୍ରାମୀ ମଧ୍ୟ ଲହୁଲୁହାଣ ହୁଅନ୍ତି। କ୍ଷଣକ ମଧ୍ୟରେ ଆର୍ତ୍ତଚିତ୍କାରରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠେ। ଦେଶ ମାତୃକାର ମୁକ୍ତି ସଂଗ୍ରାମରେ ୮ଜଣ ସଂଗ୍ରାମୀ ଶହୀଦ ହୋଇ ଦେଶ ପ୍ରେମର ଅଦ୍ଭୁତ ନିଦର୍ଶନ ଦିଅନ୍ତି। ପରଦିନ ଭଦ୍ରକ ଡାକ୍ତରଖାନାରେ ଶହୀଦମାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇ ଭଦ୍ରକ ଗୋଶାଳା ନିକଟବର୍ତ୍ତୀ ଶ୍ମଶାନରେ ସତ୍କାର କରାଯାଏ।
ଆନ୍ଦୋଳନର ନେତୃତ୍ୱ ନେଇଥିବା ସର୍ଦ୍ଦାର ମୁରଲୀଧର ପଣ୍ଡା ଏବଂ ସଂଗ୍ରାମ ସଭାର ସଭାପତି ହୋଇଥିବା ସତ୍ୟାଗ୍ରହୀ ରାଧାଶ୍ୟାମ ରାୟମହାପାତ୍ରଙ୍କୁ ପୋଲିସ ଧରି ନିର୍ଯାତନା ଦେବା ସହ ଗିରଫ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରେ। ମାତ୍ର ଛାଡ଼ ପାଇବା ପାଇଁ କ୍ଷମାପ୍ରାର୍ଥୀ ହେବାକୁ ମାଜିଷ୍ଟ୍ରେଟଙ୍କ ସର୍ତ୍ତକୁ ପ୍ରଥମ ମୁଦାଲା ରାଧାଶ୍ୟାମ ବାବୁ ପ୍ରତ୍ୟାଖାନ କରନ୍ତି। ଶେଷରେ ଉଭୟଙ୍କୁ ଛଅମାସ ଲେଖାଏ କାରାଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଏ। ଦୁହେଁ ଭଦ୍ରକ ଉପକାରାଗାରରେ ବନ୍ଦୀଜୀବନ ଅତିବାହିତ କରନ୍ତି। ଗୁଳିକାଣ୍ଡ ଘଟିଥିବା ଏହି ସ୍ଥାନର ନାମ ଏବେ ଶହୀଦ ନଗର ହୋଇଥିବାବେଳେ ରକ୍ତ ରଞ୍ଜିତ ଘଟଣାସ୍ଥଳରେ ଶହୀଦମାନଙ୍କ ସ୍ମୃତିରେ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଛି। ସେମାନଙ୍କ ଏହି ବଳିଦାନ ମୁକ୍ତି ସଂଗ୍ରାମରେ ଚିରସ୍ମରଣୀୟ ହୋଇରହଛି। ଗୁଳିକାଣ୍ଡର ଏହି ସ୍ମାରକୀ ଦିବସରେ ଶହୀଦମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ନରେଶ ଚନ୍ଦ୍ର ରାୟମହାପାତ୍ର
ରାଜମୁକୁନ୍ଦପୁର, ଅର୍ଣ୍ଣପାଳ, ଭଦ୍ରକ
ମୋ: ୭୦୦୮୪୫୩୧୦୩
ଜନସାଧାରଣଙ୍କ କୋର୍ଟରେ ବଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ୧୩ ସେପ୍ଟେମ୍ବରରେ ଦିଲ୍ଲୀ ଅବକାରୀ ନୀତି ନେଇ ମନି ଲ2ଣ୍ଡରିଂ ଅଭିଯୋଗ ସଂକ୍ରାନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲାରେ…
ଏଇ ଭାରତରେ
୮୭ ବର୍ଷ ବୟସରେ କର୍ମଚଞ୍ଚଳ ଡ. ମାୟା ଟଣ୍ଡନ। ସେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ଯୋଗାଇ…
‘ନଅ ହାତିଆ ଶାଢ଼ି’ର ସ୍ରଷ୍ଟା
ସ୍ତକର ଇଂଲିଶ୍ ନାମ ‘ନାଇନ୍ ୟାର୍ଡ ସାରିଜ୍’। ଏହାର ଓଡ଼ିଆ ମର୍ମାନୁବାଦ କଲେ କୁହାଯାଇପାରିବ ‘ନଅ ହାତିଆ ଶାଢ଼ି’। ଲେଖିକା ପ୍ରଶାନ୍ତି ରାମ ସିଙ୍ଗାପୁରରେ ରହୁଥିବା…
ମୃତ୍ୟୁକୋଷ୍ଠୀ ତିଆରି କରିପାରେ ଏଆଇ
ଆଇ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆମକୁ ଦୁଃଖ ଓ ସୁଖ ଜଣାଇପାରେ, ମଜା କଥା ଶୁଣାଇପାରେ। କାହାର କେତେବେଳେ ମୃତ୍ୟୁ ହେବ ତାହା…
ଏବେ ଅନିଚ୍ଛୁକ
ବର୍ତ୍ତମାନ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ହେଉଛି ଭାରତୀୟ ଜନତା ପାର୍ଟି (ଭାଜପା)। ରାଜନୈତିକ ଫାଇଦା ପାଇଁ ଆଦର୍ଶକୁ ସାମୟିକ ଭାବେ ବିରାମ ଦେବାରେ ଏହାର…
ଋତୁସ୍ରାବ ପାଇଁ ଛୁଟି
ଏବେ ଓଡ଼ିଶା ସରକାର ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କର୍ମଜୀବୀ ମହିଳାମାନଙ୍କ ପାଇଁ ଋତୁସ୍ରାବ ପାଇଁ ଛୁଟି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଫଳରେ କର୍ମଜୀବୀ…
ବିଧାୟକଙ୍କ ଦରମା ବୃଦ୍ଧି ବିମର୍ଶ
ଯିଏ ସତ କଥା କହେ ତା’ଠାରୁ ଅଧିକ ଘୃଣା ଏଇ ଦୁନିଆରେ ଆଉ କାହାକୁ କରାଯାଏ ନାହିଁ’- ଦାର୍ଶନିକ ପ୍ଲାଟୋ ଏଇକଥା କହିଥିଲେ। ସମ୍ପ୍ରତି ବିଧାନସଭାର…