ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆମେଠି ଆସନ ପାଇଁ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ଏପ୍ରିଲ ୨୯ ତାରିଖ ଦିନ ଏକ ବିଶାଳ ରୋଡ ସୋ’ର ଆୟୋଜନ କରାଯାଇଥିଲା।ଏହି କ୍ରମରେ ସ୍ମୃତି ଆମେଠି ନିର୍ବାଚନମଣ୍ଡଳୀରେ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ନିର୍ବାଚନରେ ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏହାପରେ ରାହୁଲ ଗାନ୍ଧୀ ପ୍ରାୟ ୪.୧୩ ଲକ୍ଷ ଭୋଟ୍ ପାଇଥିବା ବେଳେ ସ୍ମୃତି ଇରାନୀ ପାଖାପାଖି ୪ ଲକ୍ଷ ୬୮ ହଜାର ଭୋଟ୍ ପାଇଥିଲେ । ତେଣୁ ପାଖାପାଖି ୫୫ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ସ୍ମୃତି ଇରାନୀ ।
अमेठी में स्कूटी पर घूमते हुए स्मृति ईरानी ने की लोगों से मुलाकात, आज भरेंगी नामांकन#SmritiIrani #Amethi #LokSabhaElections2024 pic.twitter.com/TLonMBQn7Q
— NDTV India (@ndtvindia) April 29, 2024
ଗତ ରାତିରେ ସ୍ମୃତି ଇରାନୀ ହେଲମେଟ ପିନ୍ଧି ସ୍କୁଟି ଚଲାଇ ଉତ୍ତରପ୍ରଦେଶର ଆମେଠି ନିର୍ବାଚନମଣ୍ଡଳୀରେ ପହଞ୍ଚି ଲୋକଙ୍କ କଥା ବୁଝଥିଲେ। ଉକ୍ତ ଅଞ୍ଚଳରେ କ’ଣ କ’ଣ ସମସ୍ୟା ରହିଛି, ଲୋକେ କ’ଣ ଉନ୍ନତୀ ଚାହୁଁଛନ୍ତି ସେ ବିଷୟରେ ବି ଆଲୋଚନା କରିଥିଲେ।
ଗତ ରବିବାର ସ୍ମୃତି ଇରାନୀ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିବା ପରେ କହିଥିଲେ, ‘ଦେଶର ଅଗ୍ରଗତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଭାରତର ଗୌରବ ପାଇଁ ମୁଁ ରାମଲଲ୍ଲାଙ୍କ ପାଦତଳେ ଆଶୀର୍ବାଦ ଲୋଡ଼ିଥିଲି।’