Monday, February 24, 2025
Home ଆମ ଓଡ଼ିଶା ସାହାରପଡା ଅଞ୍ଚଳରେ ୨୭ ହାତୀ, ନଷ୍ଟ କଲେ ତରଭୁଜ ଓ ଧାନ ଫସଲ

ସାହାରପଡା ଅଞ୍ଚଳରେ ୨୭ ହାତୀ, ନଷ୍ଟ କଲେ ତରଭୁଜ ଓ ଧାନ ଫସଲ

by
0 comment

ସାହାରପଡା ଅଞ୍ଚଳରେ ୨୭ ହାତୀ, ନଷ୍ଟ କଲେ ତରଭୁଜ ଓ ଧାନ ଫସଲ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବ୍ଲକ ଅଞ୍ଚଳରେ ଗତକାଲିଠାରୁ ହାତୀପଲ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛନ୍ତି। ଖୁଣ୍ଟାପିଙ୍ଗୁ , ହରିଚନ୍ଦନପୁର ଓ ଆଖପାଖ ଗ୍ରାମରେ ତରଭୁଜ ଚାଷ ଖାଇବା ସହ ମାଡି ମକଚି ନଷ୍ଟ କରିଛନ୍ତି। ସାହାରପଡା ବନପାଳ ଭୁପତି ସେଠୀ ଓ ଅନ୍ୟ ବନ କର୍ମଚାରୀ ହାତୀପଲଙ୍କ ଉପରେ ନଜର ରଖିଛନ୍ତି। ଏହି ହାତିପଲରେ ୯ ଟି ଦନ୍ତା, ୧୧ଟି ମାଈ ଓ ୭ଟି ଶିଶୁ ହାତୀ ଅଛନ୍ତି। ଏମାନେ ଆଖପାଖ ଝରଣାରେ ଓ ଜଳ ଉତ୍ସରେ ପାଣି ପିଇବା ସହ ଫସଲ ନଷ୍ଟ କରୁଛନ୍ତି। ଅଞ୍ଚଳରେ ହାତୀ ପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହି ହାତୀପଲକୁ ଅଞ୍ଚଳରୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od