Monday, February 24, 2025
Home Home Left ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ

ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ

by
0 comment

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ କାର୍‌ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ପୋଲିସ୍‌ ଚକିତ କଲା ଭଳି ଖୁଲାସା କରିଛି । ସିସିଟିଭି ଫୁଟେଜ୍‌କୁ ତର୍ଜମା କରିବା ପରେ ପୋଲିସ୍‌ ଆଦାଲତରେ କହିଛି ଯେ, ଶିବସେନା ନେତାଙ୍କ ୨୪ ବର୍ଷୀୟ ପୁଅ ରବିବାର ଦୁର୍ଘଟଣା ସମୟରେ କେବଳ ମହିଳାଙ୍କ ସ୍କୁଟି ଧକ୍କା ମାରିନାହାନ୍ତି ବରଂ ତାଙ୍କୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ । ଏଥି ସହିତ ମହିଳାଙ୍କ ଉପରେ ସେ ଦୁଇଥର ଗାଡ଼ି ମଧ୍ୟ ଚଢ଼ାଇଥିବା ପୋଲିସ୍‌ କୋର୍ଟଙ୍କ ଆଗରେ ପ୍ରକାଶ କରିଛି ।

ସୂଚନା ଥାଉକି, ମୁମ଼୍ବାଇ ବିଏମ୍‌ଡବ୍ଲୁ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ରାଜେଶ ଶାହାଙ୍କୁ ଜାମିନ୍‌ ମିଳିଛି । ସୋମବାର ମାମଲାର ଶୁଣାଣି କରି ସ୍ଥାନୀୟ କୋର୍ଟ ଶିବସେନା ଶିନ୍ଦେ ଗୋଷ୍ଠୀର ଏହି ନେତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି । ଏହି ରିପୋର୍ଟ ମୁତାବିକ ଅଦାଲତ ୧୫ ହଜାର ଟଙ୍କା ଅମାନତ ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜେଶ ଶାହା ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କ ବାପା । ୨୪ ବର୍ଷୀୟ ମିହିର ରବିବାର ଦ୍ରୁତ ଗତିରେ ବିଏମ୍‌ଡବ୍ଲୁ କାର ଚଳାଇ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଫଳରେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଆଜି ମୁମ଼୍ବାଇ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଅଛି, ସେ ପର୍ଯ୍ୟନ୍ତ ଅପରାଧୀ ଖସିଯାଇ ପାରିବେ ନାହିଁ । ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଲୋକ ବ୍ୟବସ୍ଥାରେ ହେରଫେର କରିବା ପାଇଁ ନିଜ ପ୍ରତିଷ୍ଠାର ଦୂରୁପଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ କହିବା ସହିତ ସେ ଏହି ମାମଲାକୁ ଗମ୍ଭୀରତାର ସହ ନେବାକୁ ରାଜ୍ୟ ପୋଲିସ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od