ଗୋପାଳପୁର: ଆସନ୍ତା ୨୬ ତାରିଖରେ ମହା ଶିବରାତ୍ରୀ ପାଳନ ହେବାକୁ ଯାଉଥିବା ବେଳେ ଧବଳେଶ୍ଵର ପୀଠରେ ଭକ୍ତଙ୍କ ଦର୍ଶନ ଓ ଉଜାଗର ସହ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ନିଆଯାଇଛି। ଭିଡକୁ ନଜରରେ ରଖି ଭକ୍ତ ମାନେ କିଭଳି ଦର୍ଶନ କରିବେ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଭକ୍ତଙ୍କ ପାଇଁ ଅଷ୍ଟ ପ୍ରହର ନାମଯଜ୍ଞ, ଭାରତ ଲୀଳା, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ, ଆନ୍ଧ୍ର ପ୍ରଦେଶର ରକ ଡ୍ୟାନ୍ସ ଆଦି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
ଶିବରାତ୍ର ଦିନ ରାତ୍ର ୧୨ଘଣ୍ଟା ସମୟରେ ମହାଦୀପ ଲାଗିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଭିଡକୁ ନଜରରେ ରଖି ୧୨ ଜଣ ଅଫିସରଙ୍କ ସମେତ ୨ ପ୍ଲାଟୁନ ପୋଲିସ୍ ମୁତୟନ ହେବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ କର୍ମଚାରୀ ନିୟୋଜିତ ରହିବେ। ଭକ୍ତଙ୍କ ପାଇ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପାର୍କିଂ ବ୍ୟବସ୍ଥା, ସିସି କ୍ୟାମେରା ଆଦି ବ୍ୟବସ୍ଥା କରାଯାଇଛି। ମହା ଶିବରାତ୍ରୀରେ ଧବଳେଶ୍ଵର ଶୈବପୀଠରେ ୫୦ହଜାରରୁ ଅଧିକ ଭକ୍ତଙ୍କ ସମାଗମ ରହିବ ବୋଲି କମିଟିର ସଭାପତି ସୂଚନା ଦେଇଛନ୍ତି।