ରାଉରକେଲା,୧୨।୧୦: ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନବେଳେ ଘଟିଛି ବଡ଼ ଅଘଟଣ। ସେକ୍ଟର-୧୩ ମେଲଣ ପଡିଆ ଆୟୋଜିତ ରାବଣପୋଡି ସମୟରେ ଏକ ଅଘଟଣ ଘଟିଛି। ଜଣେ ଯୁବକଙ୍କ ଛାତିରେ ବାଣର ନିଆଁ ପଡି ସେ ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ ରାକେଶ।
ରାକେଶ ଅନ୍ୟ ଦର୍ଶକମାନଙ୍କ ଭଳି ଆତାସବାଜି ଦେଖୁଥିଲେ। ଏହି ସମୟରେ ନିଆଁ ଲାଗିଥିବା ଏକ ବାଣ ଆସି ରାକେଶଙ୍କ ଛାତିରେ ବାଜିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି।
ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ
ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’…
ଚନ୍ଦ୍ରଭାଗାରେ ଭାସିଗଲେ ୩ ଯୁବକ
କୋଣାର୍କ,୧୨।୧୦: ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଇଲା ବେଳେ ୩ଜଣ ଯୁବକ ଭାସିଯାଇ ଥିଲେ। ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର…
ମା’ଙ୍କୁ ଭୋଗ ହେବ ୬ କୁଇଣ୍ଟାଲ ମାଛ
କଟକ,୧୨।୧୦: ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ…