
ଝାରସୁଗୁଡ଼ା,୭।୭: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିରରେ ରବିବାର ରଥଟଣା ବେଳେ ଏକ ଅଘଟଣ ଘଟିଛି। ରଥ ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଟଣା ହେଉଥିଲା। ସେତିକିବେଳେ ଭିଡ଼ ଯୋଗୁ ଜଣେ ଶ୍ରଦ୍ଧାଳୁ ରଥ ଚକ ତଳେ ଚାପି ହୋଇଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଚକ ଭାଙ୍ଗିଯିବାରୁ କ୍ରେନ୍ରେ ଟଣାହେଲା ରଥ
ଦେବଗଡ଼,୭।୭(ଶଶାଙ୍କ ଶେଖର ଝାଙ୍କର): ଚକ ଭାଙ୍ଗିଯିବାରୁ କ୍ରେନ ଦ୍ୱାରା ଟଣାହେଲା ରଥ। ସୁରକ୍ଷିତ ଭାବେ ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଚତୁର୍ଦ୍ଧା ମୂର୍ତ୍ତି। ଏ ଭଳି…

ବାଟରେ ଅଟକିଲେ ତିନି ଠାକୁର
ପୁରୀ,୭ା୭: ରବିବାର ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ଦୁଇ ଦିନ ହେବ ରଥ ଟଣା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି…

ପୁରୁଷୋତ୍ତମପୁରରେ ରଥଯାତ୍ରା
ପୁରୁଷୋତ୍ତମପୁର,୭।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇ…

ମାଉସୀ ମା’ମନ୍ଦିରରେ ପହଞ୍ଚିଲେ ତିନି ଠାକୁର
ରାଇକିଆ,୭।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ନେତ୍ରୌତ୍ସବ, ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା। ପରେ ରଥଯାତ୍ରା…