Sunday, February 23, 2025
Home ଆମ ଓଡ଼ିଶା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

by
0 comment

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏଆଇୟୁ  ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପମେଣ୍ଟ ସେଣ୍ଟର, ଗୃହ ବିଜ୍ଞାନ ବିଭାଗ ଏବଂ ଇଣ୍ଡିଆନ୍  ୟୁନିଭରସିଟିସ୍ ଆସୋସିଏସନ୍, ନୂଆଦିଲ୍ଲୀ ପକ୍ଷରୁ ମିଳିତ ଭାବେ ଆଜିଠାରୁ “ଆପ୍ଲାଏଡ ରିସର୍ଚ୍ଚ ମେଥୋଡୋଲୋଜି ଇନ କମ୍ୟୁନିଟି ସାଇନ୍ସ” ଉପରେ ଅଧ୍ୟାପକ  ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉଦଘାଟନ ଉତ୍ସବରେ ଆରଆଣ୍ଡଡି ସେଲ୍ ର ନିର୍ଦ୍ଦେଶକ ପ୍ରଫେସର ସୁଶାନ୍ତ କୁମାର ତ୍ରିପାଠୀ  ଏବଂ ୟୁଏନଡ଼ିପି  ଓଡିଶାର ମୁଖ୍ୟ ଡ. ଆଭା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀର ଏଆଇୟୁର ଯୁଗ୍ମ ନିର୍ଦ୍ଧେଶକ ଡ଼. ଅମରେନ୍ଦ୍ର ପାଣି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ଡ. ମୁତ୍ୟୁଞ୍ଜୟ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଗୃହ ବିଜ୍ଞାନ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ସଂଯୋଜିକା ଡ. ସସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲିତା ମିଞ୍ଜ, ଅସ୍ମିତା ବେଉରା, ମାନସି ମେହେର ପ୍ରମୁଖ ଉପସ୍ଥିତ ଥିଲେ।  ଗୃହ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଅନୀତା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜନ ହୋଇଥିଲା। ୬ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶା ଓ ଓଡିଶା ବାହାରୁ ୪୩ ଜଣ ଭାଗ ନେଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od