Thursday, February 13, 2025
Thursday, February 13, 2025
Home ଆମ ଓଡ଼ିଶା ବେଆଇନ ବାଲି ବୋଝେଇ ୩ ହାଇଓ୍ବା ଜବତ, ଚାଳକ ଅଟକ

ବେଆଇନ ବାଲି ବୋଝେଇ ୩ ହାଇଓ୍ବା ଜବତ, ଚାଳକ ଅଟକ

by
0 comment

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅଞ୍ଚଳରେ ବାଲି ମାଫିଆମାନେ ଦିନରାତି ବିଭିନ୍ନ ନଦୀ ନାଳରୁ ଏଭଳି କି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନଦୀ ନାଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଏଥିପାଇଁ ବାଲି ମାଫିଆମାନେ ନକଲି ଟ୍ରାଞ୍ଜିଟ ପାସ୍ ବ୍ୟବହାର କରି ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଗୁରୁବାର ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ତିନିଟି ଟ୍ରକକୁ ଜବତ କରିଛି ଖଣିବିଭାଗ। ୫୩ ନମ୍ବର ରାଜ୍ୟ ରାଜପଥ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଉପରୁ ଆଜି ସକାଳୁ ମାଇନିଙ୍ଗ ଅଫିସର ଓ ଠାକୁରମୁଣ୍ଡା ପୁଲିସ ତିନୋଟି ବେଆଇନ ବାଲି ବୋଝେଇ ହାଇଓ୍ବା ଜବତ କରିଛନ୍ତି। ହାଇଓ୍ବା ୩ଟିରେ ଆନନ୍ଦପୁର ବୈତରଣୀ ନଦୀରୁ ବାଲି ବୋଝେଇ କରି ଆସୁଥିବା ସମୟରେ ମାଇନିଙ୍ଗ ଅଧିକାରୀ ଓ ଠାକୁରମୁଣ୍ଡା ପୁଲିସ ପ୍ରଥମେ ବଜାର ନିକଟରେ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ। ଚାଳକ ସଠିକ କାଗଜପତ୍ର ଦେଖାଇ ନ ପାରିବାରୁ ହାଇଓ୍ବାକୁ ଜବତ କରି ଠାକୁରମୁଣ୍ଡା ଥାନାରେ ଡ୍ରାଇଭରକୁ ଅଟକ ରଖିଛି ପୁଲିସ।

kalyan agarbati

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od