Sunday, February 23, 2025
Home ଅପରାଧ ବୃଦ୍ଧାଙ୍କ ସୁନା କାନଫୁଲ ଝିଙ୍କି ନେଲା ଦୁର୍ବୃତ୍ତ

ବୃଦ୍ଧାଙ୍କ ସୁନା କାନଫୁଲ ଝିଙ୍କି ନେଲା ଦୁର୍ବୃତ୍ତ

by
0 comment

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଡେଙ୍ଗିଶିଳା ଗ୍ରାମର ବଦିଳି କାଡ୍ରାକା(୭୦)ଙ୍କ ଦୁଇ ତୋଳା ସୁନା କାନର ଦୁର୍ବୃତ୍ତ ଝିଙ୍କି ନେଇଥିବା ଅଭିଯୋଗ ହୋଇଛି । ନାତୁଣୀ ସୁନ୍ଦାରୀ ହିକକାଙ୍କ କହିବା ଅନୁଯାୟୀ, ସବୁଦିନ ପରି ଆଜି ମଧ୍ୟ ସକାଳ ୭ଟା ବେଳେ ଡେଙ୍ଗିଶିଳା ଗ୍ରାମଠାରୁ ପ୍ରାୟ ୨ କିମି ଦୂର ନିଜ ବାଡ଼ିକୁ ଆଈ ବଦିଳି କାଡ୍ରାକା ଯାଇଥିଲେ । ଏହି ସମୟରେ ଜଣେ ମୁଖା ପିନ୍ଧା ଲୋକ ପିଛା କରି ଗୁଡ଼ିଆ ନିକଟକୁ ଯାଇ ବୃଦ୍ଧାଙ୍କ କାନ ଝିଙ୍କିଥିଲା । ଗୋଟିଏ କାନଫୁଲ ବାହାରିବା ପରେ ଅନ୍ୟ କାନଫୁଲଟି ଝିଙ୍କିଥିଲା । ତାହା ନ ବାହାରିବାରୁ ବୃଦ୍ଧାଙ୍କ ମୁଣ୍ଡର ପଛ ଭାଗରେ ଏକ ଶକ୍ତ ବିଧା ମାରି ଚୁଟି ଝିଙ୍କି କାନଫୁଲ ଝିଙ୍କିବାରୁ କାନ ଛିଣ୍ଡି ଯାଇ ସୁନା କାନଫୁଲ ବାହାରି ପଡିଥିଲା । ଏହା ପରେ ନାକଫୁଲ ଝିଙ୍କିବାବେଳେ ନିକଟ ବିଲରେ କାମ କରୁଥିବା ଦୁଇ ଜଣ ଲୋକେ ଧାଇଁ ଆସିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା । ଚୋରକୁ ଲୋକେ ଗୋଡ଼ାଇଥିଲେ ସୁଦ୍ଧା ଧରିପାରି ନଥିଲେ । ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଥାନା ଅଧିକାରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବର୍ତ୍ତମାନ ଦୁର୍ବୃତ୍ତର କୌଣସି ଅନୁସନ୍ଧାନ ମିଳିନି । ସେ ବାହାର ଲୋକ ନୁହେଁ ଏହି ଅଞ୍ଚଳର ଲୋକ ହୋଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଖୋଜା ଚାଲିଛି । ତୁରନ୍ତ ଚୋରକୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od