Sunday, February 23, 2025
Home Latest ବିବାହିତା ‌ପ୍ରେମିକାର ଗର୍ଭନଷ୍ଟ ସମୟରେ ହେଲା ମୃତ୍ୟୁ; ନଦୀରେ ଫିଙ୍ଗି ଦେଲା ପ୍ରେମିକ

ବିବାହିତା ‌ପ୍ରେମିକାର ଗର୍ଭନଷ୍ଟ ସମୟରେ ହେଲା ମୃତ୍ୟୁ; ନଦୀରେ ଫିଙ୍ଗି ଦେଲା ପ୍ରେମିକ

by
0 comment

ବିବାହିତା ‌ପ୍ରେମିକାର ଗର୍ଭନଷ୍ଟ ସମୟରେ ହେଲା ମୃତ୍ୟୁ; ନଦୀରେ ଫିଙ୍ଗି ଦେଲା ପ୍ରେମିକ

ନୂଆଦିଲ୍ଲୀ: ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ମୃତଦେହ ସହିତ ଦୁଇପିଲାଙ୍କୁ ନଦୀରେ ଫିଙ୍ଗି ହତ୍ୟା କରିଛନ୍ତି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ପୁଲିସ ସୂତ୍ରରୁ ପ୍ରକାଶ, ମୃତ ମହିଳା ସ୍ବାମୀଙ୍କ ଠାରୁ ଅଲଗା ହୋଇ ଦୁଇପିଲାଙ୍କୁ ନେଇ ଅଭିଯୁକ୍ତ ଗଜେନ୍ଦ୍ର ଦାଗଦଖେରେଙ୍କ ସହିତ ରହୁଥିଲେ। ଗଜେନ୍ଦ୍ର ହେଉଛନ୍ତି ଏହି ବିବାହିତା ମହିଳାଙ୍କ ପ୍ରେମିକ। ତେବେ କିଛିଦିନ ତଳେ ମହିଳା ଅନ୍ତସ୍ତତ୍ତ୍ବା ଥିବା ଜାଣିବାକୁ ପାଇଥିଲେ। ଏକଥା ଗଜେନ୍ଦ୍ର ଜାଣିବା ପରେ ଗର୍ଭନଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲେ। ‌ତେଣୁ ‌ସେ ନିଜର ବିବାହିତ ଗର୍ଭବତୀ ପ୍ରେମିକାଙ୍କୁ ଧରି ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରେ ଗର୍ଭନଷ୍ଟ ସମୟରେ ଡାକ୍ତରଙ୍କ ଅବହେଳା ହେତୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହାପରେ ଗଜେନ୍ଦ୍ର ତାଙ୍କର ଜଣେ ସାଙ୍ଗ ରବିକାନ୍ତଙ୍କ ସହ ମିଶି ପ୍ରେମିକାଙ୍କ ମୃତଦେହକୁ ହସ୍ପିଟାଲରୁ ଆଣି ଇନ୍ଦ୍ରାୟନି ନଦୀରେ ଫିଙ୍ଗି ଦେଇଥି‌ଲେ। ମ‌ା’କୁ ନଦୀକୁ ଫିଙ୍ଗୁ ଥିବା ଦେଖି ମହିଳାଙ୍କ ଦୁଇପିଲା କାନ୍ଦିବାକୁ ଲାଗିଥିଲେ। ରାଗରେ ଗଜେନ୍ଦ୍ର ବିବାହିତ ପ୍ରେମିକାଙ୍କ ଦୁଇ ସନ୍ତାନଙ୍କୁ ବି ଉକ୍ତ ନଦୀକୁ ଠେଲି ଦେଇଥିଲେ।

ମହିଳାଙ୍କ ପରିବାର ଅନେକ ଦିନ ହେବ ଯୋଗାଯୋଗ କରିବାକୁ ଚେଷ୍ଟା କରି ଅସଫଳ ହେବାପରେ ସେମାନେ ପୁଲିସରେ ଝିଅ ନିଖୋଜ ନେଇ ଖବର ଦେଇଥିଲେ। ପୁଲିସ ମହିଳାଙ୍କ ପରିବାର‌ଲୋକଙ୍କ ଅଭିଯୋଗ କ୍ରମେ ଯାଞ୍ଚ ଆରମ୍ଭ କରି ଗଜେନ୍ଦ୍ରଙ୍କୁ ଧରି ଘଟଣା ବିଷୟରେ ସମସ୍ତ ବିବରଣୀ ଏକାଠି କରିବା ପରେ ଅଭିଯୁକ୍ତ ଗଜେନ୍ଦ୍ର ଓ ତାର ସାଥୀ ରବିକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od