Monday, February 24, 2025
Home Home Left ବିଜେଡି ପରେ ଭାଜପାକୁ ସମର୍ଥନ କଲେ ଆଶୀର୍ବାଦ ବେହେରା: କହିଲେ ଏମିତି

ବିଜେଡି ପରେ ଭାଜପାକୁ ସମର୍ଥନ କଲେ ଆଶୀର୍ବାଦ ବେହେରା: କହିଲେ ଏମିତି

by
0 comment

ଭୁବନେଶ୍ୱର,୧୨।୭: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା ତାଙ୍କ ପକ୍ଷ ବଦଳାଇଛନ୍ତି। ପୂର୍ବରୁ ସେ ବିଜେଡିକୁ ସମର୍ଥନ କରୁଥିଲେ ଏବେ ଭାଜପାକୁ ସମର୍ଥନ କରିବେ ବୋଲି କହିଛନ୍ତି । ଆଗକୁ ଓସିଏରେ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରବେଶ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ବିଷୟରେ ସେ କହିଛନ୍ତି, କୀଡାରେ ଦଳଗତ ରାଜନୀତି ନାହିଁ। ବିନା ଅନୁଦାନରେ କ୍ରୀଡାର ବିକାଶ ହୋଇପାରିବ ନାହିଁ । ଏଣୁ କ୍ରୀଡା ସଂଗଠନ ଗୁଡିକ ସରକାରଙ୍କ ସହ ରହିବାକୁ ପଡ଼ିବ । ବର୍ତ୍ତମାନ ଓସିଏରେ ପ୍ରଣବ ପ୍ରକାଶ ଦାସ ଅଛନ୍ତି, ଆଗକୁ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓସିଏକୁ ଆସିଲେ ତାଙ୍କୁ ସେ ସମର୍ଥନ କରିବେ । ଓସିଏର ନିର୍ବାଚନ ୨୦୨୫ରେ ହେବ, ସେହି ସମୟରେ ଲଳିତେନ୍ଦୁଙ୍କ ନାମ ଆସିଲେ ବିଚାର କରାଯିବ ବୋଲି ଆଶୀର୍ବାଦ ବେହେରା କହିଛନ୍ତି । ଏଥିସହ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ନୂତନ ସଭାପତି ସମୀର ଦେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ସେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

Advertisement

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od