ଧାମରା: ଧାମରା ନିକଟସ୍ଥ ପଂଚୁଟିକ୍ରୀ ପଂଚାୟତରେ ବିଜେଡି ପକ୍ଷରୁ ଏକ ରୋଡ ଶୋ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପଞ୍ଚୁଟିକ୍ରି ଠାରେ ପହଂଚିବା ପରେ ପଂଚାୟତବାସୀଙ୍କ ପକ୍ଷରୁ ଏକ ସ୍ୱାଗତ ସମ୍ଭର୍ନ୍ଧନା କରାଯାଇ ବିଧାୟକଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ଏକ ମୋଟରସାଇକେଲ ରାଲରେ ବିଧାୟକ ପ୍ରାର୍ଥୀ ପଂଚାୟତର ବିଭିନ୍ନ ଗ୍ରାମରେ ରୋଡ ସୋ କରିଥିଲେ। ଏହି ମୋଟରସାଇକେଲ ରାଲିରେ ଶହ ଶହ ସଂଖ୍ୟାରେ ମୋଟର ସାଇକେଲ ଏବଂ ବିଜୁ ଜନତା ଦଳର ଛାମୁଆ ନେତାଙ୍କ ସହ ବହୁ କର୍ମୀ ମାନେ ଯୋଗ ଦେଇଥିଲେ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଆସନ୍ତା ଜୁନ ୧ ରେ ହେବାକୁ ଥିବା ନିର୍ବାଚନରେ ୨ଥର ଶଙ୍ଖ ବଟମ ଦବାଇ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ।
ବିଜେଡିର ରୋଡ ସୋ, ବିକାଶର ବାର୍ତ୍ତା ଦେଇ ଭୋଟ ମାଗିଲେ ବ୍ୟୋମକେଶ
388
previous post