Monday, January 13, 2025
Monday, January 13, 2025
Home Leading ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିର୍ମାଣ ହେବ ସ୍ଥାୟୀ ରଂଗମହଲ

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିର୍ମାଣ ହେବ ସ୍ଥାୟୀ ରଂଗମହଲ

by
0 comment

ବରଗଡ଼: ୭୭ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ରବିବାର ବଡ଼ ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ଏହି ଭବ୍ୟ ସମାରୋହରେ ଯୋଗ ଦେଇ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଧନୁଯାତ୍ରାର ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଉଛି। ପୂର୍ବରୁ ଏହି ରାଶି ୧୦ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଂସ ମହାରାଜଙ୍କ ମଞ୍ଚରୁ ଉଦ୍‌ବୋଧନ ଦେଇ କହିଛନ୍ତି, ବରଗଡ଼ ସହରରେ ଚିତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ କରାଯିବ। ଏଥି ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ହେବ। ଜିରା ନଦୀରେ ୮୦ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ କରାଯିବ। ସେହିପରି ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜନଶୁଣାଣି କେବଳ ଭୁବନେଶ୍ବରରେ ସୀମତି ରହିବ ନାହିଁ। ଭୁବନେଶ୍ବର ଭଳି ସମ୍ବଲପୁର ଓ ବରଗଡ଼ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଆୟୋଜନ ହେବ। 

ଭବ୍ୟ, ଦିବ୍ୟ, ବିଶ୍ବସ୍ତରୀୟ ରଂଗମଂଚରେ ଉପସ୍ଥିତ ଥିବାରୁ ଧନ୍ୟ ମନେ କରୁଛି। ବରଗଡ଼ ଧନୁଯାତ୍ରା ହେଉଛି ଏକ ସାର୍ଥକ ରୂପାୟନ। ଏହା ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ। ବରଗଡ଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ବାଭିମାନ ଓ ନିଆରା ପରିଚୟ।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିଛନ୍ତି। ଏଥି ସହିତ ସେ ଗତବର୍ଷ ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍‌ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ‌ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନୁଯାତ୍ରା ପାଇଁ ମଥୁରାନଗରୀ (ବରଗଡ଼)ର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯିବା ସମୟରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ହାତୀ ଉପରେ ବସିଥିବାର ବିରଳ ଦୃଶ୍ୟ ଜନସାଧାରଣଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଦେଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଠାରେ ଦର୍ଶକଙ୍କୁ ନିରାଶ କରି ନାହାନ୍ତି। ସେ ହାତ ହଲାଇ, ନମସ୍କାର କରିବା ସହି ଦର୍ଶକଙ୍କୁ ଅଭିବାଦନ ଜଣାଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od