କେଶଦୁରାପାଳ: ସୌମ୍ୟ ରଂଜନ ପଟ୍ଟନାୟକ ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ଲଢିବା ପାଇଁ ଆଜି ରଣହୁଙ୍କାର ଦେଇଛନ୍ତି। ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟ। ଏନେଇ ଏକ ବୈଠକ ନିଜ ଆନନ୍ଦପୁର ବାସଭବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଦଳର କର୍ମୀ, ବୁଦ୍ଧିଜିବୀ ଓ ଘସିପୁରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେଲ କେନ୍ଦୁଝର ଜିଲ୍ଲାର ବହୁଚର୍ଚ୍ଚିତ ଘସିପୁରା ନିର୍ବାଚନ ମଣ୍ଡଳୀର ପାଣିପାଗ ଏବେ ବଦଳିବାରେ ଲାଗିଛି।
ଏହି ଆସନରୁ ବିଜେଡ଼ିର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ବିଜେପି ଟିକେଟର ଲଢ଼ିବେ ବୋଲି ନିଜେ ଏକ ପ୍ରକାର ମନସ୍ଥ କରିଥିଲେ ଏବଂ ଦଳ ପକ୍ଷରୁ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ମିଳିଛି ବୋଲି କହିଥିଲେ। ଏଥିପାଇଁ ଉସ୍ୱାହର ସହିତ ସୌମ୍ୟ ରଂଜନ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ।
କେଜ୍ରିଓ୍ଵାଲଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନ – ନିର୍ବାଚନ ପାଇଁ ଶୁଣାଣି କରିବେ ସୁପ୍ରିମକୋର୍ଟ
ଏଠାରୁ ବିଜେଡିର ବଦ୍ରିନାରାୟଣ ପାତ୍ର ନିର୍ବାଚନରେ ବିଜୟୀ ହେଉଛନ୍ତି। ହେଲେ ଏଥର ନିର୍ବାଚନରେ ଧର୍ମର ଯୁଦ୍ଧ ହେବ ଓ ଆମର ବିଜୟ ନିଶ୍ଚିତ ବୋଲି ଘସିପୁରା ନିର୍ବାଚନ ମଣ୍ଡଳୀର ୫୦୦ରୁ ଉର୍ଦ୍ଧ କର୍ମୀ ମାନଙ୍କ ଆଗରେ ଦୃଢୋକ୍ତି ପ୍ରକାଶ କରିଥିଲେ ହେଲେ ବିଜେପି ତାଙ୍କୁ ଅଣଦେଖା କରି ଟିକେଟ ଦେଇ ନଥିଲା। ଏଥିରେ ସୌମ୍ୟ ରଞ୍ଜନ ଅସନ୍ତେଷ ପ୍ରକାଶ କରିବା ସହିତ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନରେ ଲଢିବା ପାଇଁ ରଣହୁଙ୍କାର ଦେଇଛନ୍ତି।
ବ୍ରିଜଭୂଷଣଙ୍କ ପୁଅଙ୍କ ପ୍ରାର୍ଥୀତ୍ୱକୁ ନେଇ କୁସ୍ତିଯୋଦ୍ଧାଙ୍କ କ୍ଷୋଭ – ଝିଅମାନେ ହାରିଗଲେ