Sunday, February 23, 2025
Home Latest ପୁଣେ: ୪ଟି ଗାଡ଼ିକୁ ଧକ୍କା ଦେଲା ଏସୟୁଭି

ପୁଣେ: ୪ଟି ଗାଡ଼ିକୁ ଧକ୍କା ଦେଲା ଏସୟୁଭି

by
0 comment

ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଏସୟୁଭି ପ୍ରାୟ ୬ଟି ଚାରି ଚକିଆ ଯାନକୁ ଧକ୍କା ଦେଇଛି।  ଏହି ଘଟଣାରେ ପାଖାପାଖି ୪ ଜଣ ଆହତ ହୋଇଥିବା ବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ମିଳିଥିବା ସୂଚନା ଅନୁଯାୟୀ, ପୁଣେ ନିକଟବର୍ତ୍ତୀ ବାନେର ପଶାନ ରୋଡରେ ସନ୍ଧ୍ୟା ସାଢ଼େ ୫ଟାରେ ଏହି ଦୁର୍ଘଟଣା ଘଟିଛି। ଜଣେ ଏସୟୁଭି ଡ୍ରାଇଭର ଦ୍ରୁତ ଗତିରେ ରାସ୍ତା ଦେଇ ଯାଉଥିବା ୬ଟି ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ ଏସୟୁଭି ଡ୍ରାଇଭର ନ ଅଟକି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲା।

ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଡ୍ରାଇଭର ନିଜ କାରକୁ ଲୋକଙ୍କ ଉପରେ ଚଳାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ କାର୍ ର କାଚ ଉପରକୁ ପଥର ଫିଙ୍ଗିଥିଲେ। ଖବର ପାଇ ସ୍ଥାନୀୟ ବାନେର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଏହି ଘଟଣା ପାଇଁ ଦାୟୀ ଏସୟୁଭି ଡ୍ରାଇଭରଙ୍କୁ ପୁଲିସ ଅଟକ ରଖିଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ସନ୍ଦେହ କରିଥିଲେ ଯେ ଏସୟୁଭି ଡ୍ରାଇଭର ମଦ୍ୟପାନ କରିଥିଲା। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od