ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ବାବା ରାମଦେବଙ୍କ ମାଲିକାନାରେ ଥିବା ଆୟୁର୍ବେଦିକ କମ୍ପାନି ପତଞ୍ଜଳି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା ପରେ ଏବେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆକ୍ସନକୁ ଆସିଛନ୍ତି। ପତଞ୍ଜଳିର ଦିବ୍ୟା ଫାର୍ମାସି କମ୍ପାନିର ୧୪ଟି ଉତ୍ପାଦ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଦିବ୍ୟା ଫାର୍ମାସିର ଏହି ଉତ୍ପାଦଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ବୟାନ ଆସିଛି । ଆଇଏମ୍ଏର ସଭାପତି ଡାକ୍ତର ଆର୍ ଭି ଅଶୋକନ୍ କହିଛନ୍ତି ଯେ, ବାବା ରାମଦେବ କୋଭିଡ୍-୧୯ର ଉପଚାର ଅଛି ବୋଲି ଦାବି କରିବା ସହ ଆଧୁନିକ ଔଷଧକୁ ଏକ ମୂର୍ଖାମୀ ଓ ଦେବାଳିଆ ବିଜ୍ଞାନ ବୋଲି ବଦନାମ କରିଥିଲେ । ଏପ୍ରିଲ ୩୦ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।
ଆଧୁନିକ ଚିକିତ୍ସା ପଦ୍ଧତିକୁ ବଦନାମ କରିବା ପାଇଁ ଅଭିଯାନ ଚଳାଇଥିବା ଅଭିଯୋଗ କରି ଆଇଏମ୍ଏ ପକ୍ଷରୁ ୨୦୨୨ରେ ପତଞ୍ଜଳିର ଦିବ୍ୟା ଫାର୍ମାସି ଓ ବାବା ରାମଦେବଙ୍କ ବିରୋଧରେ ମାମଲା ଦାୟର କରିଥିଲା ।