Sunday, January 12, 2025
Sunday, January 12, 2025
Home ଦେଶ- ବିଦେଶ ନିବେଶକ ହରାଇଲେ ଦେଢ଼ ଲକ୍ଷ କୋଟି

ନିବେଶକ ହରାଇଲେ ଦେଢ଼ ଲକ୍ଷ କୋଟି

by
0 comment

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପୁଞ୍ଜି ବଜାର ଧରାଶାୟୀ ହୋଇଛି। ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଓ ‘ନିଫ୍ଟି ୫୦’ ୧ଧରୁ ଅଧିକ ହ୍ରାସ ହୋଇଛି। ଫଳରେ ନିବେଶକ ଦେଢ଼ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଏସ୍‌ଇ ସେନ୍‌ସେକ୍ସ ୧.୪୮ ପ୍ରତିଶତ ଖସିଥିବାବେଳେ ‘ନିଫ୍ଟି ୫୦’ ୧.୪୯ %ରେ ବନ୍ଦ ହୋଇଛି। କିଛିଦିନ ଧରି ଭାରତୀୟ ପୁଞ୍ଜି ବଜାର କ୍ଷତିରେ ଚାଲୁଥିବାବେଳେ ଗତ ବୁଧବାର ଏଥିରେ ଉନ୍ନତି ଦେଖାଦେଇଥିଲା। ତେବେ ଗୁରୁବାର ଆଇଟି କ୍ଷେତ୍ରରେ ଅଂଶଧନ ବିକ୍ରି ବଢ଼ିବାରୁ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଓ ‘ନିଫ୍ଟି-୫୦’ ୧%ରୁ ଅଧିକ ହ୍ରାସ ହୋଇଛି। ବିଏସ୍‌ଇ ସେନ୍‌ସେକ୍ସ ୧,୧୯୦ ପଏଣ୍ଟ (୧.୪୮ଧ) ହ୍ରାସ ହୋଇ ୭୯,୦୪୩.୭୪ରେ ବନ୍ଦ ହୋଇଥିବାବେଳେ ‘ନିଫ୍ଟି-୫୦’ ୩୬୧ ପଏଣ୍ଟ (୧.୪୯ଧ) ହ୍ରାସ ହୋଇ ୨୩,୯୧୪.୧୫ରେ ବନ୍ଦ ହୋଇଛି। ଫଳରେ ନିବେଶକ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହରାଇଛନ୍ତି। ଏହି ହ୍ରାସ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ଆମେରିକାର ସୁଧ ହାର ନିଷ୍ପତ୍ତି ଉପରେ ଅନିଶ୍ଚିତତା ଦ୍ୱାରା ପ୍ରଭାବିତ ହୋଇଛି। ଆମେରିକାର ମୁଦ୍ରାସ୍ଫୀତି ତଥ୍ୟ ଓ ଆଶା କରାଯାଉଥିବା ସୁଧ ହାର ହ୍ରାସରେ ବିଳମ୍ବ ହେବାରୁ ଆଇଟି ଅଂଶଧନ ପ୍ରାୟ ୪% ହ୍ରାସ ପାଇଥିଲା। ନିଫ୍ଟି ଆଇଟି ଅଂଶଧନ ୨.୩% ହ୍ରାସ ପାଇଥିଲା। ଏଲ୍‌ଟିଟିଏସ୍‌, ଟେକ୍‌ ମହିନ୍ଦ୍ରା ବହୁ କ୍ଷତି ସହିଛନ୍ତି। ପୁଞ୍ଜି ବଜାର ଧରାଶାୟୀ ହେବାର ମୁଖ୍ୟ କାରଣ ହେଉଛି ଇନ୍‌ଫୋସିସ୍‌, ଟେକ୍‌ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଟିସିଏସ୍‌, ଏମ୍‌ଆଣ୍ଡଏମ୍‌, ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଂଶଧନ ପ୍ରାୟ ୫୭୦ ପଏଣ୍ଟ ହ୍ରାସ ପାଇଥିଲା। ସେହିପରି ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ସିଏଲ୍‌ ଟେକ୍‌ ଓ ଭାରତୀ ଏୟାରଟେଲ୍‌ ଅଂଶଧନ ମଧ୍ୟ ବହୁ କ୍ଷତି ସହିଛି। ବିବାଦରେ ଛନ୍ଦି ହୋଇଥିବା ଅଦାନୀ ଶିଳ୍ପ ଗୋଷ୍ଠୀ ଅଂଶଧନ ଉଲ୍ଲେଖନୀୟ ଭାବେ ୯.୩% ବୃଦ୍ଧି ଘଟିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od