Monday, February 24, 2025
Home 2024 election ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

by
0 comment

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୋମବାର ନିଜ ଗାଁ ପାଟଣା ବ୍ଲକ ଭାଗପସି ଠାକୁରାଣୀ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପରେ କେନ୍ଦୁଝର କାଳିପଡ଼ିଆଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ପାରମ୍ପାରିକ ବାଦ୍ୟ ନୃତ୍ୟରେ ପଟୁଆରରେ ବଜାର ପରିକ୍ରମା କରି ନିର୍ବାଚନ ଅଧିକାରୀ ତଥା କେନ୍ଦୁଝର ଅତିରିକ୍ତ ଜିଲାପାଳ ଯଦୁମଣି ମହାଲାଙ୍କ କାର୍ଯ୍ୟାଳୟରେ ୩ ସେଟ୍‌ର ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରତିକ୍ରିୟାରେ ସେ ବୟୋଜ୍ୟେଷ୍ଠ ଲୋକଙ୍କ ଆଶୀର୍ବାଦ ନେଇ ନବୀନ ପଟ୍ଟନାୟକଙ୍କ ବିକାଶଧାରାକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବେ ବୋଲି କହିଛନ୍ତି। ଜଗନ୍ନାଥଙ୍କ ସହ ପଟୁଆରରେ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ପାଟଣା ବିଧାୟକ କାହ୍ନୁ ଚରଣ ନାଏକ ବଡ ଭାଇ, ସତ୍ୟବ୍ରତ ନାଏକ, ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ , ସଦର ବିଜେଡି ବିଧାୟକ ପ୍ରାର୍ଥୀ ମୀନା ମାଝି, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ , ପାଟଣା ନିର୍ବାଚନ ମଣ୍ଡଳୀ ସଂଯୋଜକ କାନନ ବିହାରୀ ପୋହି, ବିଜେଡି ପାଟଣା ବ୍ଲକ ସଭା ପତି ମାଧବାନନ୍ଦ ପୃଷ୍ଟି, ଗୌରହରି ନାଏକ, ଭବାନୀ ଶଙ୍କର ନାଏକ , ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ପାଟଣା ନିର୍ବାଚନ ମଣ୍ଡଳୀର ୫୬ଟି ପଞ୍ଚାୟତର ୧୫ ହଜାରରୁ ଊଦ୍ଧର୍‌ବ ସମର୍ଥକ ସାମିଲ ହୋଇଥିଲେ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od